କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ଶ୍ରପଦ ନାଏକଙ୍କୁ କରୋନା, ଲକ୍ଷଣ ନଥାଇ ରିପୋର୍ଟ ଆସିଲା ପଜିଟିଭ୍‌

କେନ୍ଯୁଜ୍: ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା । କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ଶ୍ରପଦ ନାଏକଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ଏ ସମ୍ପର୍କରେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି। ଟ୍ବିଟ୍ ଜରିଆରେ ମନ୍ତ୍ରୀ କହିଛନ୍ତି, ମୋର କୌଣସି ଲକ୍ଷଣ ନଥିଲା। ତଥାପି ମୁଁ ସ୍ବାବ ଟେଷ୍ଟ କରିବା ପରେ ମୋର ରିପୋର୍ଟ ପଜିଟିଭ୍ ଆସିଛି। ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ହୋମ୍‌ ଆଇସୋଲେସନ୍‌ରେ ଥିବା ସୂଚନା ଦେଇଛନ୍ତି। ଏଥିସହ ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ସେ ଟେଷ୍ଟ କରାଇବା ସହ ଆବଶ୍ଯକୀୟ ପ୍ରତିଷେଧକ ମୂଳକ ବ୍ଯବସ୍ଥା ଗ୍ରହଣ ପାଇଁ  ଅନୁରୋଧ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.