Below header

ଜଙ୍ଗଲରୁ ହାତୀର ଗଳିତ ମୃତଦେହ ଠାବ, ୨ରୁ ୩ ଦିନ ତଳେ ଦନ୍ତାର ମୃତ୍ୟୁ ହୋଇଥିବା ସନ୍ଦେହ

ଆଠଗଡ଼ ବନଖଣ୍ଡ ଜେନାପଦା ବିଟ୍ ଅଂଶୁପା ରାସ୍ତା ନିକଟ କାଜୁ ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତ୍ୟୁଦେହ ଠାବ ହୋଇଛି। ୨ରୁ ୩ ଦିନ ତଳେ ଦନ୍ତାହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ଆଠଗଡ଼ (କେନ୍ୟୁଜ): ଜଙ୍ଗଲରୁ ହାତୀର ଗଳିତ ମୃତଦେହ ଠାବ। ଆଠଗଡ଼ ବନଖଣ୍ଡ ଜେନାପଦା ବିଟ୍ ଅଂଶୁପା ରାସ୍ତା ନିକଟ କାଜୁ ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତ୍ୟୁଦେହ ଠାବ ହୋଇଛି। ୨ରୁ ୩ ଦିନ ତଳେ ଦନ୍ତାହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ ହାତୀର ବୟସ ୫ ବର୍ଷ ହୋଇଥିବା ଅନୁମାନ କରୁଛି ବନବିଭାଗ। ତେବେ କିପରି ଦନ୍ତାର ମୃତ୍ୟୁ ହେଲା ସ୍ପଷ୍ଟ ହୋଇନି। ରୋଗାକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି ନା କେହି ଶୀକାରି ଶୀକାର କରିଛି ? ଆଠଗଡ଼ ବନଖଣ୍ଡରେ ବାରମ୍ବାର ହାତୀ ମୃତ୍ୟୁ ହେଉଥିବାରୁ ଅସନ୍ତୋଷ ଦେଖାଦେଇଛି। ଆଠଗଡ଼ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.