Below header

ନନ୍ଦନକାନନରେ ପୁଣି ଆଉ ଏକ ହାତୀର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନରେ ଆଉ ଏକ ହାତୀର ମୃତ୍ୟୁ । ଭୟଙ୍କର ହରପିସ୍‌ ଭାଇରସ୍‌ ସଂକ୍ରମଣରେ ଆକ୍ରାନ୍ତ ହୋଇ ମାଈ ହାତୀ କମଳାର ମୃତ୍ୟୁ ହୋଇଛି । ଏହି ସଂକ୍ରମଣରେ ପୂର୍ବରୁ ମାଈ ହାତୀ ଜୁଲି ଓ ଦନ୍ତାହାତୀ ଚନ୍ଦନର ମୃତ୍ୟୁ ହୋଇଥିଲା । ଏବେ ନନ୍ଦନକାନନରେ ୫ ହାତୀ ଅଛନ୍ତି । ୨୫ ଦିନରେ ନନ୍ଦନକାନନରେ ତିନିଟି ହାତୀଙ୍କ ମୃତ୍ୟୁ ହୋଇଛି । ଫଳରେ ନନ୍ଦନକାନନରୁ ହାତୀ ବଂଶ ଲୋପ ପାଇବା ଆଶଙ୍କା ଦେଖାଦେଇଛି । ହଠାତ୍‌ ୭ ବର୍ଷର କମଳା ଅସୁସ୍ଥ ହୋଇ ପଡ଼ିଥିଲା । ନନ୍ଦନକାନନର ଡାକ୍ତରୀ ଦଳ କମଳାର ଚିକିତ୍ସା କରିଥିଲେ । ହେଲେ ଅସୁସ୍ଥ ହେବାର ୨୪ ଘଣ୍ଟା ମଧ୍ୟରେ ତାର ମୃତ୍ୟୁ ହୋଇଥିଲା । କମଳାର ମୃତ୍ୟୁ ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି । ଆଜି ଓୟୁଏଠି ବିଶେଷଜ୍ଞଙ୍କ ଦ୍ୱାରା କମଳାର ଶବ ବ୍ୟବଚ୍ଛେଦ କାରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.