ଆମେରିକା ହ୍ଵାଇଟ ହାଉସ୍‌ ନିକଟରେ ବିସ୍ଫୋରଣ : ଜଣେ ମୃତ, ୫ ଆହତ

ଓ୍ଵାଶିଂଟନ : ଆମେରିକାର ରାଜଧାନୀ ଓ୍ଵାଶିଂଟନର ହ୍ଵାଇଟ ହାଉସ ନିକଟରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଏବେ ସ୍ଥାନୀୟ ଅଞ୍ଚଳକୁ ସିଲ କରିଦିଆଯାଇଛି।

ସୂଚନାଯୋଗ୍ୟ, ସ୍ଥାନୀୟ ସମୟ ରାତି ୧୦ ଟା ସମୟରେ ଏହି ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଲୋକଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ସହ ଅଭିଯୁକ୍ତକୁ ଖୋଜୁଛି। ଏହି ବିସ୍ଫୋରଣ ଓ୍ଵାଶିଂଟନର ନର୍ଥ ୱେଷ୍ଟ କଲୋବିୟାରେ ହୋଇଛି। ଏହି ଘଟଣା ଆମେରିକା ରାଷ୍ଟ୍ରପତିଙ୍କ ନିବାସ ହ୍ଵାଇଟ ହାଉସ ଠାରୁ ମାତ୍ର ୩ କିମି ଦୂରରେ ଘଟିଛି। ଏପର୍ଯ୍ୟନ୍ତ ଘଟଣା କିଏ ଘଟାଇଛି ତାହା ଜଣାପଡିନାହିଁ। ପୋଲିସ ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.