ସମ୍ବଲପୁର : ମେଡିକାଲରେ ଅଗ୍ନିକାଣ୍ଡ। ବୁର୍ଲା ଭିମସାର୍ ମେଡିକାଲର ନିଉରୋଲୋଜି ବିଭାଗରେ ଅଗ୍ନିକାଣ୍ଡ ଘଟିଛି। ଇଣ୍ଡୋରରେ ବିଭଗରେ ଥିବା ବ୍ୟାଟେରୀରୁ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ଫଳରେ ବିଭାଗରେ ଥିବା ଆସବାବପତ୍ର ପୋଡିଯାଇଛି। ତେବେ ରୋଗୀମାନେ ପ୍ରଭାବିତ ହୋଇନାହାଁନ୍ତି। ଖବର ପାଇ ବୁର୍ଲା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁକୁ ଆୟତ କରିଥିଲା।