ପୁଣି ବିଦ୍ୟୁତ୍ ତାର ନେଲା ଦନ୍ତାର ଜୀବନ, ଢେଙ୍କାନାଳ ଦୁଦୁରକୋଟ ଜଙ୍ଗଲରେ ଟଳିପଡିଲା ହାତୀ

ଢେଙ୍କାନାଳ : ଥମୁନି ଗଜରାଜଙ୍କ ସଙ୍କଟ। ଢେଙ୍କାନାଳରେ ବିଜୁଳି ନେଲା ପୁଣି ହାତୀର ଜୀବନ। ହିନ୍ଦୋଳ ରେଞ୍ଜର ଦୁଦୁରକୋଟ ଜଙ୍ଗଲରେ ଶିକାରୀ ଜନ୍ତୁ ଶିକାର ପାଇଁ ବିଜୁଳି ତାର ବିଛାଇଥିବା ବେଳେ ହାତୀ ଏହାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛି। ବନ ବିଭାଗ କର୍ମଚାରୀ ବିଳମ୍ବରେ ସେଠାରେ ପହଞ୍ଚିଛନ୍ତି। କିଛି ମାସ ତଳେ ସମାନ ଭାବରେ ସେଠାରେ ଆଉ ଏକ ହାତୀର ମଧ୍ୟ ମୃତ୍ୟୁ ଘଟଥିଲା। ବାରମ୍ବାର ଏଭଳି ଘଟଣା ଘଟିବା ପରେ ମଧ୍ୟ ବନବିଭାଗ କୌଣସି ପଦକ୍ଷେପ ନେଉନଥିବାରୁ ଜନ ଅସନ୍ତୋଷ ଦେଖାଦେଇଛି।