ସଲାମ୍ ଯବାନ୍ ! ପର୍ଯ୍ୟଟକଙ୍କ ରକ୍ଷା ପାଇଁ – ୯ ଡିଗ୍ରୀ ଥଣ୍ଡାରେ ବି ନିଜ ଶେଯ ଦେଇଦେଲେ ଭାରତୀୟ ସେନା

ଭାରତୀୟ ସେନାଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଶାନ୍ତିରେ ରହିଥାନ୍ତି ଦେଶବାସୀ । ସୀମାରେ ଦେଶକୁ ସୁରକ୍ଷା ଦେବା ସହ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମଧ୍ୟ ଏମାନଙ୍କ ଅବଦାନ ଅତୁଳନୀୟ । ପୁଣି ଦେଶର ଯେ କୌଣସି ସ୍ଥାନରେ ହିଂସାକାଣ୍ଡ ଅଣାୟତ୍ତ ହେଲେ ସେଠାରେ ବି ଖୋଜାପଡ଼େ ଭାରତୀୟ ସେନାକୁ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସେନାଙ୍କ କାର୍ଯ୍ୟ ବେଶ୍ ପ୍ରଶଂସନୀୟ। ଭାରତୀୟ ସେନାଙ୍କ ସାହସ ଓ ଦେଶପ୍ରେମ ସବୁବେଳେ ସାଧାରଣ ନାଗରିକଙ୍କୁ ପ୍ରେରଣା ଯୋଗାଇଥାଏ । ଅନେକ ସମୟରେ ଏହାର ନଜୀର ଦେଖିବାକୁ ମିଳିଛି । ଏବେ ପୁଣି ଭାରତୀୟ ସେନାଙ୍କ ଏଭଳି ଏକ ପ୍ରଶଂସନୀୟ କାର୍ଯ୍ୟ ଆସିଛି ସାମ୍ନାକୁ ।

indian armyରକ୍ଷା ପାଇଁ ନିଜ ଶୋଇବା ଶେଯ ପର୍ଯ୍ୟଟକଙ୍କୁ ଦେଇଦେଲେ ଯବାନ୍ । ଆଉ ନିଜେ ବାହାରେ – ୯ ଡିଗ୍ରୀ ତାପମାତ୍ରାରେ ସେମାନଙ୍କ ସୁରକ୍ଷା ପାଇଁ ଜଗି ରହିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ସିକ୍କିମର ନାଥୁ ଲା ରେ । ଯେଉଁଠି ତୁଷାରପାତ ଯୋଗୁଁ ଫସିଯାଇଥିଲେ ପ୍ରାୟ ୨୮୦୦ ପର୍ଯ୍ୟଟକ । ତେବେ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଦିନରାତି ଏକାଠି କରିଦେଇଥିଲେ ଭାରତୀୟ ଯବାନ୍ ।

ସୂଚନା ଅନୁସାରେ, ଶନିବାର ହୋଇଥିବା ତୁଷାରପାତରେ ନାଥୁ ଲାରେ ଫସିଯାଇଥିଲା ପ୍ରାୟ ୩୦୦ ରୁ ୪୦୦ ଗାଡି । ଏସବୁକୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାକୁ ଲାଗିପଡିଥିଲେ ଭାରତ୍ରୀ ସେନା । ଆଉ ଏହି ହାଡଭଙ୍ଗା ଥଣ୍ଡାରେ ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ବେସ୍ କ୍ୟାମ୍ପ୍ ପହଂଚାଇଥିଲେ ଭାରତୀୟ ଯବାନ୍ । ଏଭଳି ଯବାନଙ୍କୁ ସଲାମ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.