Below header

ଆସୁଛି ବିଶ୍ବର ପ୍ରଥମ ୫ କ୍ୟାମେରା ବିଶିଷ୍ଟ ସ୍ମାର୍ଟଫୋନ, ଜାନୁଆରୀରେ ହୋଇପାରେ ଲଞ୍ଚ

ଖୁବ୍ ଶୀଘ୍ର ୭ଟି କ୍ୟାମେରା ଥିବା ସ୍ମାର୍ଟଫୋନ୍ ବଜାରକୁ ଆସିବାକୁ ଯାଉଛି। ଏହି ଫୋନ୍ ଚଳିତ ମାସରେ ଲଞ୍ଚ ହୋଇପାରେ ବୋଲି ଆଶା ରଖାଯାଇଛି। ଫୋନର ନାମ ନୋକିଆ ୯ ପିୟୋରଭିୟୁ ରହିଛି। ଏଯାବତ୍ ଆସିଥିବା ଅନେକ ଭିଡିଓ ଓ ଇମେଜରେ ନୋକିଆ ୯ ପିୟୋରଭିୟୁର ଫିଚର ସାମ୍ନାକୁ ଆସି ସାରିଛି। ଏହି ସ୍ମାର୍ଟଫୋନରେ ୬ ଜିବି ରାମ ଏବଂ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ରହିଥିବା ବେଳେ ଓୟାରଲେସ ଚାର୍ଜିଙ୍ଗର ସପୋର୍ଟ ଦିଆଯାଇଛି ।

nokia-9-pureview-will-be-launch-with-five-rear-camera_730X365ଏହି ସ୍ମାର୍ଟଫୋନର ସ୍ୱତନ୍ତ୍ର କଥାଟି ହେଉଛି, ଏଥିରେ ଲାଗିଥିବା କ୍ୟାମେରା।ଲିକ୍ ହୋଇଥିବା ରିପୋର୍ଟ ମୁତାବକ, ନୋକିଆର ଏହି ସ୍ମାର୍ଟଫୋନରେ ୭ଟି କ୍ୟାମେରା ଲାଗିଛି। ଫୋନର ରିୟରରେ ପେଣ୍ଟା ଲେନ୍ସ କ୍ୟାରୋ ସେଟଅପ୍ ହେବ। ଅର୍ଥାତ୍ ଫୋନ୍ ପଛ ପାର୍ଶ୍ୱରେ ୫ଟି କ୍ୟାମେରା ଏବଂ ସାମ୍ନାରେ ୨ଟି କ୍ୟାମେରା ରହିଛି। ଏହି ସ୍ମାର୍ଟଫୋନରେ କ୍ୟାମେରା ସଂଖ୍ୟା ଏହାର ବିଶେଷ ସେଲିଂ ପଏଣ୍ଟ ରହିଛି।

NOKIA-9-VIEW-ପଛପାର୍ଶ୍ୱରେ ଲାଗିଥିବା ଦୁଇଟି କ୍ୟାମେରା ୧୨-୧୨ ମେଗାପିକସଲ ହେବ। ସେହିପରି ଅନ୍ୟ ଦୁଇଟି କ୍ୟାମେରା ୧୬-୧୬ ମେଗାପିକସଲ୍ ହେବ, ୫ମ କ୍ୟାମେରା ୫ ମେଗାପିକସଲ। ନୋକିଆ ୯ ପିୟୋରଭ୍ୟୁରେ ପଛପଟେ ଦିଆଯାଇଥିବା ସେଟଅପରେ ଏଲଇଡି ଫ୍ଲେସ୍ ଓ ଆଇଆର ସେନସର୍ କିମ୍ବା ଅଟୋଫୋକସ୍ ବି ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.