Below header

ବିଦ୍ୟାଳୟ ପାଇଖାନାରେ ପଡି ଭାଙ୍ଗଲା ଦନ୍ତା ହାତୀର ଦାନ୍ତ

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ହେଉଛି ହାତୀ ଉପଦ୍ରବ ଅଞ୍ଚଳ । ଏଠାରେ ଅନେକ ସମୟରେ ହାତୀ ଉପଦ୍ରବ ଲାଗିରହିଥାଏ । କିଛି ମାସ ପୂର୍ବରୁ ଝାଡ଼ଖଣ୍ଡି ହାତୀପଲ କରଞ୍ଜିଆ ବନ ଖଣ୍ଡକୁ ଆସିଥିଲେ । ତେବେ ଗତ ୨୫ ତାରିଖରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଦୁଧିଆଣି ରେଞ୍ଜ ଅଞ୍ଚଳରେ ଥିବା  ପିଛୁଳି ଗାଁର  ବିଦ୍ୟାଳୟ ପାଇଖାନାରେ  ଏକ ଦନ୍ତା ହାତୀ ପଡି ଯାଇଥିଲା । ଯାହା ଫଳରେ ଦନ୍ତା ହାତୀ ଆହତ ହେବା ସହିତ ତାର ଦାନ୍ତର କିଛି ଅଂଶ ଭାଙ୍ଗିଯାଇଛି ।

ଗତକାଲି ସନ୍ଧ୍ୟାରୁ କରଞ୍ଜିଆ ACF ଫାଲ୍ଗୁନି ବେହେରା ତଦନ୍ତ ଆରମ୍ଭ କରିଛନ୍ତି । କିଛି ହାତୀ ଦାନ୍ତ ଉଦ୍ଧାର ହୋଇଥିବା ବେଳେ ଆଉ କିଛି ଦାନ୍ତ ଉଦ୍ଧାର ହେଇପାରିନାହଁ । ବିଳମ୍ବରେ କାହିଁକି ତଦନ୍ତ ଆରମ୍ଭ ହେଲା ଏବଂ ହାତୀଟିର ଅବସ୍ଥା କେମିତି ଅଛି? ସେନେଇ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.