ନ୍ୟୁଡ ଫଟୋସୁଟ୍‌ ବିବାଦ ମାମଲାରେ ବୟାନ ଦେଲେ ରଣବୀର, କହିଲେ ‘ଫଟୋକୁ ନେଇ ଏତେ ସମସ୍ୟା ହେବ ବୋଲି ଜାଣିନଥିଲି’

ନ୍ୟୁଡ୍‌ ଫଟୋସୁଟ ବିବାଦ ମାମଲାକୁ ଶେଷରେ ମୁମ୍ବାଇ ପୋଲିସ ନିକଟରେ ଅଭିନେତା ରଣବୀର ସିଂ ନିଜର ବୟାନ ଦେଇଛନ୍ତି । ରଣବୀର ସିଂ ସୋମବାର ସକାଳ ୭ ଟାରୁ ଆରମ୍ଭ କରି ୯.୩୦ ପର୍ଯ୍ୟନ୍ତ ଚେମ୍ବୁର ପୋଲିସ ଷ୍ଟେସନରେ ରହିଥିଲେ। ଏଠାରେ ନିଜର ବୟାନ ରେକର୍ଡ କରାଇଛନ୍ତି ରଣବୀର। ରଣବୀର ସିଂ ଏକ ମାଗାଜିନ ପାଇଁ ନ୍ୟୁଡ ଫଟୋଶୁଟ୍‌ କରିଥିଲେ। ଆଉ ଏହି ଫଟୋକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଯାହାକୁ ନେଇ ଅନେକ ବିବାଦ ଦେଖାଯିବା ସହ ତାଙ୍କ ବିରୋଧରେ କିଛି ସ୍ଥାନରେ କେସ୍‌ ମଧ୍ୟ ହୋଇଥିଲା ।

ରିପୋର୍ଟ ମୁତାବକ, ରଣବୀର ସିଂଙ୍କୁ ପଚରାଉଚରା କରାଯାଉଥିବା ସମୟରେ ସେ କହିଛନ୍ତି, ଏହି ଫଟୋସୁଟକୁ ନେଇ ଏତେ ସମସ୍ୟା ହେବ ବୋଲି ମୁଁ ଜାଣି ନଥିଲି । ଯଦି ଜାଣିଥାନ୍ତି, ତେବେ ଫଟୋକୁ କେବେ ବି ଅପଲୋଡ କରିନଥାନ୍ତି। ଗତ ସପ୍ତାହରେ ତାଙ୍କୁ ସମନ କରାଯାଇଥିଲା। କିନ୍ତୁ ସେ ଆଉ ଅଧିକ ସମୟ ମାଗିଥିଲେ।

ନ୍ୟୁଡ୍‌ ଫଟୋସୁଟକୁ ନେଇ ହୋଇଥିବା ଅଭିଯୋଗରେ ମୁମ୍ବାଇ ପୋଲିସ ତରଫରୁ ରଣବୀର ସିଂଙ୍କ ନିକଟକୁ ନୋଟିସ ଯାଇଥିଲା । ଯେଉଁ କରାଣରୁ ସେ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ତେବେ ମିଳିଥିବା ସୂଚନା ଅନୁଯାୟୀ ଅଭିନେତା ରଣବୀର ସିଂଙ୍କ ଉପରେ ଆ ଇପିସି ଧାରା ୨୯୨,୨୯୪,୫୦୯, ବ୍ୟତୀତ ଆଇଟି ଆକ୍ଟ ୬୭ ଅନ୍ତର୍ଗତ ଅଭିଯୋଗ ହୋଇଛି।

ଗତ ମାସରେ ଚେମ୍ବୁର ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। କିନ୍ତୁ ନିଜନ୍ୟୁଡ୍‌ ଫଟୋସୁଟ ପ୍ରଫେସନାଲ କମିଟିମେଣ୍ଟ ଯୋଗୁଁ ବହୁତ ବ୍ୟସ୍ତ ରହିଥିଲେ। ତେଣୁ ପରେ ଥାନାକୁ ଯିବେ ବୋଲି ଅଧିକ ସମୟ ମାଗିଥିଲେ।

ଏକ ଲୋକପ୍ରିୟ ମାଗାଜିନ୍‌ ପାଇଁ ରଣବୀର ସିଂହ ଏହି ନ୍ୟୁଡ୍‌ ବା ନଗ୍ନ ଫଟୋସୁଟ୍‌ କରିଥିଲେ। ନ୍ୟୁଡ୍‌ ଫଟୋସୁଟର କିଛି ଫଟୋରେ ତାଙ୍କ ଦେହରେ ସୂତା ଖିଅଟିଏ ବି ନାହିଁ। ରଣବୀର ସିଂହଙ୍କର ଏହି ନ୍ୟୁଡ୍‌ ପୋଜ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଫଟୋରେ ରଣବୀର ବେଶ୍‌ କନିଫିଡେଣ୍ଟ ନଜର ଆସିଥିଲେ ଓ ନିଜ ମସ୍କୁଲାର ବଡିକୁ ଦେଖାଉଥିବା ନଜର ଆସିଥିଲେ ।

ରଣବୀର ସିଂହ ନଗ୍ନ ଫଟୋ ଉଠାଇବା ପରେ ତାଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏହା ଭାରତୀୟ ସଂସ୍କୃତିକୁ ଖରାପ କରୁଛି ବୋଲି ଲୋକମାନେ ଅଭିଯୋଗ କରି ବେସରକାରୀ ସଂସ୍ଥା ମୁମ୍ବାଇର ଚେମ୍ବୁର ପୋଲିସ ଷ୍ଟେସନ୍‌ରେ ରଣବୀର ସିଂହଙ୍କ ବିପକ୍ଷରେ ଅଭିଯୋଗ କରିଛନ୍ତି। ଶ୍ୟାମ ମଙ୍ଗରାମ ଫାଉଣ୍ଡେସନ୍‌ ନାମକ ଏକ ଏନ୍‌ଜିଓ ଅଭିଯୋଗରେ କରିଥିଲା ।

 

Also Read : ମୁମ୍ବାଇ ଏୟାରପୋର୍ଟରୁ ଗିରଫ ହେଲେ KRK, ୨୦୨୦ରେ କରିଥିଲେ ବିବାଦୀୟ ଟ୍ଵିଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.