ମୁମ୍ବାଇ ଏୟାରପୋର୍ଟରୁ ଗିରଫ ହେଲେ KRK, ୨୦୨୦ରେ କରିଥିଲେ ବିବାଦୀୟ ଟ୍ଵିଟ

ଫିଲ୍ମ ଷ୍ଟାର ତଥା ଫିଲ୍ମ ସମାଲୋଚନ କମାଲ ଆର ଖାନଙ୍କୁ ମୁମ୍ବାଇରୁ ଗିରଫ କରାଯାଇଛି। ମୁମ୍ବାଇ ମଲାଡ ପୋଲିସ କେଆରକେଙ୍କୁ ଗିରଫ କରିଛି। ବିବାଦରେ ଥିବା କେଆରକେ ବିରୋଧରେ ମଲାଡ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। କମାଲ ଖାନଙ୍କୁ ପୋଲିସ ମୁମ୍ବାଇ ଏୟାରପୋର୍ଟରୁ ଗିରଫ କରିଥିଲା। ବିବାଦୀୟ ଟ୍ଵିଟ ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି। କମାଲ ଖାନ ବିବାଦୀୟ ଟ୍ଵିଟ ୨୦୨୦ରେ କରିଥିଲେ। ଆଜି କମାଲ ଖାନ ମୁମ୍ବାଇ ଏୟାରପୋର୍ଟରେ ଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି। ଆଜି ତାଙ୍କୁ ବୋରିବଲି କୋର୍ଟରେ ହାଜର ହେବେ।

ପୋଲିସ ମୁତାବକ, ଅଭିନେତା କମାଲ ଖାନ ୨୦୨୦ରେ ବିବାଦୀୟ ଟ୍ଵିଟ୍‌ କରିଥିଲେ। ଗିରଫ ହେବା ପରେ ପୋଲିସ ଆଜି ବୋରିବଲୀ କୋର୍ଟରେ କମାଲ ଖାନଙ୍କୁ ଜେରା କରିବ।

କମାଲ ଖାନଙ୍କ ପାଇଁ ବିବାଦ କୌଣସି ନୂଆ କଥା ନୁହେଁ। ଫିଲ୍ମ ରିଭ୍ୟୁ କରି ବିବାଦୀୟ ମନ୍ତବ୍ୟ ଦିଅନ୍ତି। କମାଲ ଖାନ ହିନ୍ଦୀ ଏବଂ ଭୋଜପୁରୀ ଫିଲ୍ମରେ କାମ କରିସାରିଛନ୍ତି। ସବୁବେଳେ ବଲିଉଡ ଇଣ୍ଡଷ୍ଟ୍ରୀ ସହିତ ଜଡିତ ଲୋକଙ୍କ ପାଇଁ ବିବାଦୀୟ ମନ୍ତବ୍ୟ ମଧ୍ୟ ଦିଅନ୍ତି। କିଛି ଫିଲ୍ମ କମାଲ ଖାନ ପ୍ରଯୋଜନା ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ, କମାଲଙ୍କ ପୁରା ନାମ କମାଲ ରାଶିଦ ଖାନ । କମାଲ ଖାନ ମୁନ୍ନା ପାଣ୍ଡେ ବେରୋଜଗାର, ଦେଶଦ୍ରୋହୀ ଏବଂ ଏକ ଭିଲେନ ଭଳି ଫିଲ୍ମରେ କାମ କରିସାରିଛନ୍ତି।

 

Also Read : ‘ପୁଷ୍ପା ଦ ରୁଲ୍‌’ ପାଇଁ ପ୍ରସ୍ତୁତ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା, ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ସୁଟିଂ ହେବ ଆରମ୍ଭ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.