‘ପୁଷ୍ପା ଦ ରୁଲ୍‌’ ପାଇଁ ପ୍ରସ୍ତୁତ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନା, ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ସୁଟିଂ ହେବ ଆରମ୍ଭ

ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ଦ ରାଇଜ’ ବକ୍ସ ଅଫିସରେ ଜବରସ୍ତ ହିଟ୍‌ ସାବ୍ୟସ୍ତ ହୋଇଥିଲା । ଫିଲ୍ମରେ ଅଲ୍ଲୁ  ଅର୍ଜୁନ ହୁଅନ୍ତୁ ଅବା ରଶ୍ମିକା ମନ୍ଦାନା ପ୍ରଶଂସା ସାଉଁଟିଥିଲେ। ଫିଲ୍ମ ସହିତ ଗୀତ ମଧ୍ୟ ସୁପରହିଟ୍‌ ହୋହଇଥିଲା। ଏହି ଫିଲ୍ମ ପରେ ପୁଷ୍ପାର ସିକ୍ୱେଲକୁ ଫ୍ୟାନ୍ସ ଚାହିଁ ରହିଛନ୍ତି। ଏବେ ଫିଲ୍ମର ସିକ୍ୱେଲ ଖୁବଶୀଘ୍ର ରିଲିଜ ହୋଇପାରେ ବୋଲି ସୂଚନା ମିଳିଛି।

ନିକଟରେ ଫିଲ୍ମର ସୁଟିଂ ଆରମ୍ଭ କରିବା ପାଇଁ ଏକ ପୂଜାର ଆୟୋଜନ କରାଯାଇଥିଲା।, ଯାହାର ଫଟୋ ଭାଇରଲ ହେବାରେ ଲାଗିଛି। ପ୍ରଥମ ଭାଗର ନାମ ‘ପୁଷ୍ପା ଦ ରାଇଜ’ ରହିଥିବା ବେଳେ ଦ୍ୱିତୀୟ ପାର୍ଟର ନାମ ‘ପୁଷ୍ପା ଦ ରୁଲ୍‌’ ହେବ। ଇନଷ୍ଟାଗ୍ରାମରେ ଏକ ପେଜରେ ସୂଚନା ମିଳିଛି। ଫିଲ୍ମ ଆସନ୍ତାବର୍ଷ ରିଲିଜ ହେବ। ଫିଲ୍ମର ଷ୍ଟାରକାଷ୍ଟ ପାଇଁ ମଧ୍ୟ ବିଭିନ୍ନ ପ୍ରକାର ରିପୋର୍ଟ ସାମ୍ନାକୁ ଆସିଛି।

ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଜଣାପଡିଛି, ଅଲ୍ଲୁ  ଅୁର୍ଜନ ଫିଲ୍ମ ପାଇଁ ୧୨୫ କୋଟି ଟଙ୍କା ଦେଇଥିଲେ। ସେହିପରି ସୁକୁମାର ୫୦ କୋଟି ଟଙ୍କା, ରଶ୍ମିକା ମନ୍ଦାନା ୫ କୋଟି ଟଙ୍କା ନେଇଛନ୍ତି। ସୋସିଆଲ ମିଡିଆରେ ଫ୍ୟାନ୍ସ ଏହି ପୋଷ୍ଟକୁ ନେଇ ଜବରଦସ୍ତ ପ୍ରତିକ୍ରିୟା ରଖିଛନ୍ତି। ଅଧିକାଂଶ ଫ୍ୟାନ୍ସ ଫିଲ୍ମକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି।

pushpa 2 1
Photo credit: News 18

ରିପୋର୍ଟ ମୁତାବକ, ସେପ୍ଟେମ୍ବରର ତୃତୀୟ ସପ୍ତାହରୁ ପୁଷ୍ପା ୨ର ସୁଟିଂ ଆରମ୍ଭ ହେବ। ସୁଟିଂ ହେବାର କିଛି ସମୟ ବ୍ୟବଧାନରେ ରଶ୍ମିକା ମନ୍ଦାନା ଯୋଗ ଦେବେ। ଫିଲ୍ମ ‘ପୁଷ୍ପା’ ବକ୍ସ ଅଫସିରେ ଧମାଲ କରିଥିଲା। ଏହାର ଡାଇଲଗ, କାହାଣୀ, ଗୀତ ଲୋକଙ୍କ ମନ ବେଶ୍‌ ମୋହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.