Below header

କେନ୍ଦୁଝରରେ ୨ ମାଈହାତୀ ମୃତ୍ୟୁ ଘଟଣା: କାର୍ଯ୍ୟରେ ଅବହେଳା ପାଇଁ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝରରେ ୨ ମାଈହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ପାଇଁ ଦୁଇ ଜଣ ନିଲମ୍ବିତ । ଫରେଷ୍ଟର ପ୍ରଦୀପ ବାରିକ ଓ ଫରେଷ୍ଟ ଗାର୍ଡ ମିତ୍ରଭାନୁ ନାୟକଙ୍କୁ ନିଲମ୍ବନ କରିଛନ୍ତି ଆର୍‌ସିସିଏଫ୍‌ ।

ବନ ବିଭାଗ ପକ୍ଷରୁ ବିଦ୍ୟୁତ ବିଭାଗକୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫ୍‌ଓ । ଗତ ୨୫ ତାରିଖରେ ଜୁଡିଆ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବିଦ୍ୟୁତ ଆଘାତରେ ୨ଟି ମାଈ ହାତୀଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.