ଏହି ୮ ଟି ବ୍ୟାଙ୍କ ଉପରେ ଆରବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ, ଲଗାଇଲେ ଲକ୍ଷାଧିକ ଟଙ୍କାର ଜରିମାନା

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ର ନିୟମ ପାଳନରେ ଅବହେଳା କରିବାରୁ ୮ ଟି ବ୍ୟାଙ୍କ ଉପରେ ଜରିମାନା ଲଗାଇଲେ ଆରବିଆଇ । ଆରବିଆଇ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯେ ବିଶାଖାପଟନମ କୋ ଅପରେଟିଭ ବ୍ୟାଙ୍କ ଆରବିଆଇ ନିୟମ ଉଲଂଘନ କରିଥିବାରୁ ୫୫ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି ।

ଏହାଛଡ଼ା ଭାରତ ହେବି ଇଲେକ୍ଟ୍ରିକାଲ୍ସ ଏମ୍ପ୍ଲଇଜ କୋ ଅପରେଟିଭ ବ୍ୟାଙ୍କ କୈଳାଶପୁରମ, ତିରୁଚିରାପଲ୍ଲୀ,ତାମିଲନାଡୁ ଉପରେ ୧୦ ଲକ୍ଷ ଟଙ୍କା ଲେଖାଏ, କେରଳ ଓତାପଲ୍ଳମ ର କୋ ଅପରେଟିଭ ଅର୍ବାନ ବ୍ୟାଙ୍କ ୫ ଲକ୍ଷ ଟଙ୍କା ଓ ହାଇଦ୍ରାବାଦର ଦାରୁସଲାମ କୋ ଅପରେଟିଭ ଅର୍ବାନ ବ୍ୟାଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ।

ଏଥି ସହ ଗାନ୍ଧିନଗର ନିଲ୍ଲୋର କୋ ଅପରେଟିଭ ଅର୍ବାନ ବ୍ୟାଙ୍କ ଲିମିଟେଡ, କାକିନାଡି କୋ ଅପରେଟିଭ ଟାଉନ ବ୍ୟାଙ୍କ ଲିମିଟେଡ ଉପରେ ୧୦-୧୦ ଲକ୍ଷ ଟଙ୍କାର ଜରିମାନା ଲାଗିଥିବା ଆରବିଆଇ ପକ୍ଷରୁ ଜଣାଯାଇଛି । ଏହା ସହ କେନ୍ଦ୍ରପଡା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ଉପରେ ୧ ଲକ୍ଷ ଟଙ୍କା, ଉତ୍ତର ପ୍ରଦେଶ ନେସନାଲ ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ଲିମିଟେଡ,ପ୍ରତାପଗଡ ଉପରେ ୫ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.