Below header

ଆସନ୍ତା ଗୁରୁବାର ନୂଆଁଖାଇ, ନୂଆ ଧାନ ସହ ନୂଆ ପତ୍ର ସଂଗ୍ରହ କରୁଛନ୍ତି ଲୋକେ

ଗୁରୁବାର ନୂଆଁଖାଇ । ଏଥିପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା । ଘରେ ଘରେ ଉତ୍ସାହ । ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟ ଇଷ୍ଟଦେବୀଙ୍କ ଠାରେ ଅର୍ପଣ କରିବାର ପର୍ବ ହେଉଛି କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ। ଗାଁରୁ ସହର, ଧନୀ ଅବା ଗରିବ ଉତ୍ସବକୁ ସମସ୍ତେ ପାଳନ କରିଥାନ୍ତି।

ପ୍ରଥମ ଶସ୍ୟ ଭାବେ ସାରିଆ ଧାନ ମାଆ ଲକ୍ଷ୍ମୀଙ୍କ ପାଖରେ ଲାଗି ହୋଇଥାଏ। ଏହାପରେ ସମସ୍ତେ ନୂଆଁ ଖାଇଥାନ୍ତି। ଏପରିକି ବିଭିନ୍ନ ଜାତିର ଲୋକେ ଭିନ୍ନ ଭିନ୍ନ ପତ୍ରରେ ନୂଆଁ ଖାଇବାର ପରମ୍ପରା ରହିଛି। ତେଣୁ ନୂଆ ଧାନ ସଂଗ୍ରହ ସହ ନୂଆ ପତ୍ର ସଂଗ୍ରହ କରୁଛନ୍ତି ଲୋକେ। ଏବେ ନୂଆଁଖାଇ ଭେଟ ପାଇଁ କଳାକାରମାନେ ଚଳାଇଛନ୍ତି ପ୍ରସ୍ତୁତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.