ଅଷ୍ଟ୍ରେଲିଆର ଏହି ୟୁନିଭରସିଟିରେ ଚାଲୁଛି ଶାହାରୁଖ ଖାନ୍‌ଙ୍କ ନାମରେ ସ୍କଲାରସିପ, ଜାଣନ୍ତୁ ଆବେଦନ ପ୍ରକ୍ରିୟା ଓ ଶେଷ ତାରିଖ

ନୂଆଦିଲ୍ଲୀ : ଶାହାରୁଖ ଖାନ୍‌ ବଲିଉଡରେ ଜଣେ ସୁପର ଷ୍ଟାର ଅଭିନେତା । ଫିଲ୍ମ ଛଡ଼ା ତାଙ୍କର ଆଉ ଏକ ପରିଚୟ ହେଉଛି,ସେ ସାମାଜିକ କାର୍ଯ୍ୟରେ ଜଡିତ ରହିଥାନ୍ତି । ଅଷ୍ଟ୍ରେଲିଆର ଲା ଟ୍ରୋବ ୟୁନିଭରସିଟିରେ ଭାରତୀୟ ଛାତ୍ରଙ୍କ ପାଇଁ ଶାହାରୁଖ ଖାଙ୍କ ନାମରେ ଏକ ସ୍କଲାରସିପ ଚାଲେ । ଯାହାକୁ କିଛି ଦିନ ବନ୍ଦ ହେବା ପରେ ପୁଣି ୨୦୨୨ ରେ ଆରମ୍ଭ କରାଯାଇଛି । ଏହି ସ୍କଲାରସିପ ଜରିଆରେ ସେହି ଛାତ୍ରଙ୍କୁ ସାହାଯ୍ୟ କରାଯାଏ ଯିଏ ପିଏଚଡି କରିବାକୁ ଚାହୁଁଛନ୍ତି ।

ଶାହାରୁଖ ଖାନ୍‌ ଲା ଟ୍ରୋବ ୟୁନିଭରସିଟି ପିଏଚଡି ୨୦୧୯ ରେ ଆରମ୍ଭ କରାଯାଇଥିଲା । ଏହି ସ୍କଲାରସିପ ପାଇଁ ପଂଜିକରଣ ଅଗଷ୍ଟରୁ ଆରମ୍ଭ ହୋଇଛି । ଏହା ସେପ୍ଟେମ୍ବର ୨୩ ଯାଏ ଜାରି ରହିବ । ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ମେଲବର୍ଣ୍ଣ ଓ ଲା ଟ୍ରୋବ ୟୁନିଭରସିଟିର ସହାୟତାରେ ଚଲାଯାଉଥିବା ସ୍କଲାରସିପର ଉଦ୍ଦେଶ୍ୟ ଭାରତର ଛାତ୍ରଙ୍କୁ ସହାୟତା କରିବା,ଯେଉଁମାନେ ଦୁନିଆକୁ ନିଜ ରିସର୍ଚ୍ଚରେ ପ୍ରଭାବିତ କରିବାକୁ ଚାହାଁନ୍ତି । ୨୦୧୯ରେ ଉକ୍ତ ଉତ୍ସବ ସମୟରେ ଏହି ସ୍କଲାରସିପ ଘୋଷଣା କରାଯାଇଥିଲା । ଯେଉଁଥିରେ ଶାହାରଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଅମିତାଭ ବଚ୍ଚନ ଓ ରାଜକୁମାର ହିରାନୀ ମଧ୍ୟ ଯୋଗ ଦେଇଥିଲେ ।

କେରଳ ଛାତ୍ରଙ୍କୁ ମିଳିଥିଲା ପ୍ରଥମ ସ୍କଲାରସିପ

ପ୍ରଥମ ସ୍କଲାରସିପ କେରଳ ତ୍ରିସୁଟର ଗୋପିକା କୋଟନଥାରାଇଲଙ୍କୁ ମିଳିଥିଲା । ୟୁନିଭରସିଟି ସୂତ୍ରରୁ ମିଳଥିବା ସୂଚନା ଅନୁଯାୟୀ ଏହି ସ୍କଲାରସିପ ପାଇଁ ପ୍ରାୟ ୮୦୦ ଲୋକ ଆବେଦନ କରିଥିଲେ ।
ଏହି ସ୍କଲାରସିପ ପାଇବା ପାଇଁ ହେଲେ ଭାରତୀୟ ଛାତ୍ର ହୋଇଥିବେ । ଆବେଦନ ତାରିଖ ବେଳକୁ ପୋଷ୍ଟ ଗ୍ରାଜୁଏସନର ୧୦ ବର୍ଷ ହୋଇଥିବା ଦରକାର । ସ୍କଲାରସିପ ପାଇବା ପାଇଁ ମନୋନୀତ ହୋଇଥିବା ଛାତ୍ରକୁ ପୁରା ୪ ବର୍ଷ ଯାଏ ପୂର୍ଣ୍ଣ ଖର୍ଚ୍ଚ ଦିଆଯାଏ ବୋଲି ଜଣାପଡିଛି ।

Leave A Reply

Your email address will not be published.