RTI ରେ ବଡ଼ ଖୁଲାସା: ୬୨ କୋଟିର ରେଳ ଯାତ୍ରା କରିଛନ୍ତି ସାଂସଦ ଓ ପୂର୍ବ-ସାଂସଦ, ସବୁ ପଇସା କଟିଛି ଲୋକଙ୍କ ପକେଟ୍‌ରୁ

ବରିଷ୍ଠ ନାଗରିକଙ୍କୁ ମିଳୁଥିବା ସବ୍‌ସିଡିକୁ ନିକଟରେ ବନ୍ଦ କରିଛି ରେଳ ବିଭାଗ। କିନ୍ତୁ ଏବେ ବି ଆମ ଦେଶରେ କୋଟିପତି ସାଂସଦ, ପୂର୍ବତନ ସାଂସଦ ଓ ତାଙ୍କ ସହଯୋଗୀଙ୍କୁ ମିଳୁଥିବା ଛାଡ଼ ଉପରେ କୌଣସି ବାଧା ପ୍ରତିବନ୍ଧକ ଲଗାଯାଇନାହିଁ। ଆରଟିଆଇରେ ମିଳିଥିବା ତଥ୍ୟ ମୁତାବକ, ଗତ ୫ ବର୍ଷ ମଧ୍ୟରେ ସାଂସଦ ଓ ପୂର୍ବ ସାଂସଦମାନଙ୍କର ଟ୍ରେନ୍‌ ଯାତ୍ରା ପାଇଁ ୬୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର। ଏହି ଟଙ୍କା ସାଧାରଣ ଲୋକଙ୍କ ପକେଟ୍‌ରୁ କଟିଛି। ଲୋକମାନେ ଦେଇଥିବା ଟ୍ୟାକ୍ସରୁ ଏହି ଅର୍ଥ କଟିଛି।

୨୦୧୭-୧୯ରୁ ୨୦୨୧-୨୨ ମଧ୍ୟରେ ବର୍ତ୍ତମାନ ପଦରେ ଥିବା ସାଂସଦଙ୍କ ଟ୍ରେନ୍‌ ଯାତ୍ରା ପାଇଁ ୩୫.୨୧ କୋଟି ଟଙ୍କାର ବିଲ୍‌ ହୋଇଥିବା ସୂଚନା ମିଳିଛି। ଏସବୁ ଅର୍ଥ ସରକାରୀ କଳରୁ ଅର୍ଥାତ୍‌ ଲୋକଙ୍କ ପକେଟ୍‌ରୁ ଖର୍ଚ୍ଚ ହୋଇଛି। ସେହିପରି ଗତ ୫ ବର୍ଷ ମଧ୍ୟରେ ପୂର୍ବ ସାଂସଦଙ୍କ ଟ୍ରେନ୍‌ ଯାତ୍ରା ପାଇଁ ୨୬.୮୨ କୋଟି ଟଙ୍କାର ବିଲ୍‌ ହୋଇଛି। ଏହି ମୋଟା ଅଙ୍କର ଟଙ୍କା ଲୋକଙ୍କ କରରୁ ଯାଇଛି। ଲୋକମାନେ ଭରୁଥିବା ଖଜଣା ଦେଶର ଉନ୍ନତି ପାଇଁ ଖର୍ଚ୍ଚ କରିବା ବଦଳରେ ନିଜ ମଉଜ ମଜଲିସ୍‌ ଓ ବୁଲାବୁଲି ପାଇଁ ଖର୍ଚ୍ଚ କରୁଛନ୍ତି ସାଂସଦ।

ନିକଟରେ ରେଳବାଇଠାରୁ ଏହି ତଥ୍ୟ ଆରଟିଆଇରେ ମଗାଯାଇଛି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି। କାରଣ ରେଳ ବିଭାଗ ପକ୍ଷରୁ ନିକଟରେ ବୋଝ ପଡ଼ୁଥିବା ଦର୍ଶାଇ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ଛାଡ଼କୁ ବନ୍ଦ କରାଯାଇଛି। ଏଭଳି ସ୍ଥିତିରେ କୋଟିପତି ସାଂସଦ ଓ ପୂର୍ବ ସାଂସଦକୁ ମାଗଣାରେ ବୁଲାଇବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

Also Read: ଇରାକ୍‌ରେ ସିୟା ଧର୍ମଗୁରୁ ରାଜନୀତି ଛାଡ଼ିବା ପରେ ସ୍ଥିତି ଅଣାୟତ୍ତ, ରାଷ୍ଟ୍ରପତି ଭବନରେ ପଶିଲେ ଲୋକ; ଗୁଳିମାଡ଼ରେ ୮ ମୃତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.