Below header

ହାତୀ ଖାଇଗଲେ ଶହ ଶହ ଧାନ କଳେଇ, ଚାଷୀ ହତାଶ

ଟାଙ୍ଗୀ: ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜରେ ଦୀର୍ଘ ଦୁଇମାସରୁ ଊର୍ଦ୍ଧ୍ବ ଦିନ ଧରି ଜଙ୍ଗଲୀ ହାତୀ ଉପଦ୍ରବ କରି ଚାଲିଛନ୍ତି। ଦିନରେ ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି। ରାତିରେ ହାତୀପଲ ଲୋକଙ୍କ ଧାନ ଫସଲ ନଷ୍ଟ କରୁଛନ୍ତି।

tangi2

ସୋମବାର ବିଳମ୍ବିତ ରାତିରେ ହାତୀ ପଲ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନିରାକାରପୁର ଡିଆ ମୌଜା ଚାଷ ଜମିରେ ଧାନ କଳେଇ ଖାଇବା ସହ ଦଳି ଚକଟି ନଷ୍ଟ କରିଛନ୍ତି। ହାତୀ ପଲଙ୍କ ଉପଦ୍ରବରେ ଚାଷୀ ହତାଶ ହୋଇଛନ୍ତି। ହାତୀ ଶହ ଶହ ଧାନ କଳେଇ ଖାଇଯିବାରୁ ଏବେ ଚିନ୍ତାରେ ଚାଷୀ କୁଳ। ହାତୀ ଘଉଡାଇବାରେ ଜଙ୍ଗଲ ବିଭାଗ ସଂପୂର୍ଣ୍ଣ ବିଫଳ ବୋଲି ଗ୍ରାମବାସୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.