ଦିନ ଦ୍ୱିପ୍ରହରରେ ଦମ୍ପତିଙ୍କ ଠାରୁ ଲୁଟ୍, ମହିଳାଙ୍କ ଠାରୁ ଭ୍ୟାନିଟି ବ୍ୟାଗ ଝାମ୍ପି ନେଲେ ୩ ଦୁର୍ବୃତ୍ତ

ଖୋର୍ଦ୍ଧା(କେନ୍ୟୁଜ୍): ମହିଳାଙ୍କ ଠାରୁ ଝାମ୍ପିନେଲେ ଭ୍ୟାନିଟି ବ୍ୟାଗ୍। ଦିନ ଦ୍ୱିପ୍ରହରରେ ଯାଆଁଳା ଫାଣ୍ଡି ଅଧିନ ଜଟଣୀ ତଳଖେତ ଛକ ଠାରେ ଉକ୍ତ ଘଟଣାଟି ଘଟିଯାଇଛି। ସୂଚନା ମୁତାବକ ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଦମ୍ପତି ଆସୁଥିଲେ। ଏହି ସମୟରେ ଏକ ନମ୍ବର ବିହୀନ କଳା ପଲସରରେ ୩ଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ଭ୍ୟାନିଟି ବ୍ୟାଗ୍ ଝାମ୍ପି ନେଇଥିଲେ।
ଭ୍ୟାନିଟି ବ୍ୟାଗରେ ୩ଟି ମୋବାଇଲ ଫୋନ, ୩ ହଜାର ଟଙ୍କା, ଜରୁରୀ କାଗଜପତ୍ର ଏବଂ ସୁନା ଲକେଟ୍ ଥିବା ମହିଳାଜଣକ ପୋଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ଉକ୍ତ ମହିଳା ଜଣକ ଯାଆଁଳା ପାଣ୍ଡିରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍।