ଘର ଭିତରୁ ପାଖାପାଖି ଦୁଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ, କଳାହାଣ୍ଡି ବଲଦିଆମାଲ ଗାଁର ଗଜାନନ ଗିରଫ

ଭବାନୀପାଟଣା (କେ ନ୍ୟୁଜ୍‌) : ଘର ଭିତରୁ ଜବତ ହେଲା ପ୍ରାୟ ଦୁଇ କ୍ୱିଣ୍ଟାଲ ଗଞ୍ଜେଇ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବଲଦିଆମାଲ ଗାଁରେ ଅବକାରୀ ବିଭାଗ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି । ଗ୍ରାମର ଗଜାନନ ମେହେରଙ୍କ ଘରୁ ୧ କ୍ୱିଣ୍ଟାଲ ୮୨କେଜି ନୀଳ ଜହର ଜବତ ହୋଇଛି । ଏହାର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ।

ଗଜାନନଙ୍କ ଘରେ ବିପୁଳ ପରିମାଣର ଗଞ୍ଜେଇ ମହଜୁଦ ଥିବା ଜିଲ୍ଲା ଅବକାରୀ ବିଭାଗ ସୂଚନା ପାଇବା ପରେ ଚଢ଼ାଉ କରିଥିଲା । ଏହି ବିପୁଳ ପରିମାଣର ଗଞ୍ଜେଇ ସହିତ ଏକ ଜାକ ମେସିନ, ଓଜନ ମେସିନ ଏବଂ ଏକ ପ୍ରେସ ଟେବୁଲ ଜବତ କରିଛି । ଏହା ସହିତ ଅଭିଯୁକ୍ତକୁ ଗିରଫ କରି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ମାମଲା ରୁଜୁ କରିଛି । ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଗଜାନନ କିଭଳି ଭାବେ ଗଞ୍ଜେଇ ଆଣି ତାର ଚୋରା ଚାଲାଣ କରୁଥିଲେ ଏବଂ କାହା ସହିତ ତାଙ୍କର ଲିଙ୍କ୍‌ ରହିଛି ସେ ସବୁର ଖୋଳତାଡ଼ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.