Below header

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ପରେ ଉତ୍ତେଜନା

ଢ଼େଙ୍କାନାଳ(କେନ୍ୟୁଜ୍) : ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ପରେ ଉତ୍ତେଜନା । ଢ଼େଙ୍କାନାଳ ସଦର ରେଞ୍ଜ ଓସ୍ତପାଳ ଗାଁ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବନବିଭାଗ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଛି । ମୃତକ ହେଲେ ବେଣୁଧର ନାଏକ । ସେ କାଜୁ ବଗିଚାରେ କାଜୁ ତୋଳୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଗାଁ ନିକଟରେ ହାତୀପଲ ରହୁଥିବାରୁ ଭୟଭୀତ ଅବସ୍ଥାରେ ରହୁଛନ୍ତି ଗ୍ରାମବାସୀ । ବନ ବିଭାଗ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ପକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.