ବାତ୍ୟାର ରୂପ ନେଲା ‘ଫାନୀ’, ଏବେ ଚେନ୍ନାଇରୁ ୧୨୨୦ କିମି ଦୂରରେ

ଭୁବନେଶ୍ବର(କେନ୍ୟୁଜ୍) : ବାତ୍ୟାର ରୂପ ନେଲା ‘ଫାନୀ’ । ଏବେ ଚେନ୍ନାଇରୁ ୧୨୨୦ କିମି ଦୂରରେ ରହିଥିବାବେଳେ ମଛଲିପଟନମ୍ ଠାରୁ ୧୪୧୦ କିମି ଦୂରରେ ରହିଛି । ଭାରତ ମହାସାଗର ଓ ବଙ୍ଗୋପସାଗର ଉତ୍ତର ଦିଗକୁ ଘଣ୍ଟା ପ୍ରତି ୧୫ ଶହ କିଲୋମିଟର ବେଗରେ ଗତି କରୁଛି। ଆଗାମୀ ୨୪ଘଣ୍ଟାରେ ସିଭିଅର ସାଇକ୍ଲୋନିକ ଷ୍ଟ୍ରୋମ୍ର ରୂପ ନେବ ବୋଲି ସ୍କାଇମେଟ୍ ପକ୍ଷରୁ ସୂଚନା ମିଳିଛି।
ବାତ୍ୟା ଫାନୀ ନେଇ ସ୍ୱତନ୍ତ୍ର ରିଲିଫ କମିସନର ବିଭାଗ ଅଧିକାରୀଙ୍କ ସହ ଏକ ବୈଠକରେ ଆଲୋଚନା କରିଛନ୍ତି । ଓଡ଼ିଶା ପ୍ରତି କିଛି ବିପଦ ନଥିବା ସୂଚନା ଦେଇଛନ୍ତି ଡେପୁଟି ରିଲିଫ କମିସନର । ତେବେ ଓଡ଼ିଶା ଉପକୂଳ ପ୍ରତି କୌଣସି ବିପଦ ସୂଚନା ନାହିାଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.