ମହୁଲ ଫୁଲ ଗୋଟାଇବା ବେଳେ କଚାଡ଼ି ମାରିଲା ହାତୀ, ଜଣେ ମୃତ

ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ଧରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗୋବରୀ ଗାଁରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ସୁର ମୁଣ୍ଡା (୬୦) l

କାମାକ୍ଷାନଗର (କେନ୍ୟୁଜ): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କନ୍ଧରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗୋବରୀ ଗାଁରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି ।  ମୃତକ ଜଣଙ୍କ ହେଲେ ସୁର ମୁଣ୍ଡା (୬୦) ।   ଗତକାଲି ଘର ପାଖ ପଡିଆକୁ ମହୁଲ ଫୁଲ ଗୋଟାଇବାକୁ ଯାଇଥିଲେ ।  ପରିବାର ଲୋକ ବହୁ ଖୋଜାଖୋଜି ପରେ ଗାଁ ପାଖ ଜଙ୍ଗଲରୁ ବିଳମ୍ବିତ ରାତିରେ ମୃତଦେହ ଉଦ୍ଧାର କରାଯାଇଛି ।

ତାଙ୍କୁ ଜଙ୍ଗଲରେ ଦନ୍ତା ହାତୀ କଚାଡ଼ି ମାରି ଦେଇଥିବା ଜଣାପଡ଼ିଛି ।  ସେଠାରେ ହିଁ ସୁରଙ୍କର ମୃତ୍ୟୁ ହୋଇଛି ।  ଘଟଣାସ୍ଥଳରେ ମହାବୀରୋଡ଼ ଥାନା ପୋଲିସ ଓ ବନ ବିଭାଗ ଅଧିକାରୀ ପହଞ୍ଚି ଯାଞ୍ଚ କରିଥିଲେ ।  ମୃତଦେହ ଉଦ୍ଧାର କରାଯିବା ସହିତ ଘଟଣାର ତଦନ୍ତ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.