ବଲାଙ୍ଗିର: ରାମୁଣ୍ଡ ଅଞ୍ଚଳରେ ବୁଲୁଛନ୍ତି ୩୦ ଟିକିଆ ହାତୀପଲ, ସୁରକ୍ଷା ପାଇଁ ୫୦ରୁ ଅଧିକ ଗାଁରୁ ବିଦ୍ୟୁତ୍‌ ସଂଯୋଗ ବିଛିନ୍ନ

ବଲାଙ୍ଗିର(କେନ୍ୟୁଜ୍): ଗାଁ ମୁଣ୍ଡରେ ହାତୀ। ଘୂରି ବୁଲୁଛନ୍ତି ୩୦ ଟିକିଆ ହାତୀପଲ। ବଲାଙ୍ଗିର ଜିଲ୍ଲା ରାମୁଣ୍ଡ ଅଞ୍ଚଳରେ ହାତୀ ପଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଏକର ଏକର ଜମିରେ କପା ଫସଲ ଦଳିମକଚି ନଷ୍ଟ କରିଛନ୍ତି। ଏବେ ଝରିନ୍‌ , ଭାଲୁଖାଇ, ତେନ୍ତୁଳିଖୁଣ୍ଟି ଓ ବନବାହାଲ ଅଞ୍ଚଳରେ ଏହି ହାତୀପଲ ରହିଛନ୍ତି। ହାତୀଙ୍କ ସୁରକ୍ଷା ପାଇଁ ୫୦ରୁ ଅଧିକ ଗାଁରୁ ବିଦ୍ୟୁତ୍‌ ସଂଯୋଗ ବିଛିନ୍ନ କରାଯାଇଥିବା DFO ସୂଚନା ଦେଇଛନ୍ତି। ଗାଁ ମୁଣ୍ଡରେ ହାତୀପଲ ଦେଖି ଲୋକେ ଭୟଭୀତ ହୋଇ ରହିଛନ୍ତି। ବନବିଭାଗ ପକ୍ଷରୁ ସେମାନଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.