Below header

ପ୍ରିୟ ବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି: ଅରୁଣ ଜେଟ୍‌ଲୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ(କେନ୍ୟୁଜ୍): ଅରୁଣ ଜେଟ୍‌ଲୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ବିଦେଶରୁ ଫେରିବା ପରେ ଆଜି ଜେଟଲୀଙ୍କ ବାସଭବନକୁ ଯାଇ ତାଙ୍କ ପ୍ରିୟ ବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଶ୍ରଦ୍ଧାଞ୍ଜଳି ଦେବା ବେଳେ ଭାବବିହ୍ଵଳ ହୋଇଥିଲେ ପ୍ରଧାନମନ୍ତ୍ରୀ । ଜେଟ୍‌ଲୀଙ୍କ ପତ୍ନୀ, ପୁଅ ଓ ଝିଅଙ୍କୁ ଭେଟି ସମବେଦନା ଜଣାଇଛନ୍ତି । କିଛି ସମୟ ଜେଟ୍‌ଲୀଙ୍କ ବାସଭବନରେ ରହିଥିଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ । ମୋଦି ପହଞ୍ଚିବା ପୂର୍ବରୁ ଅମିତ ଶାହ ପହଞ୍ଚି ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଥିଲେ । ଗତ ୨୩ ତାରିଖରେ ଅରୁଣ ଜେଟ୍‌ଲୀଙ୍କ ପରଲୋକ ଘଟିଥିଲା। ନୂଆଦିଲ୍ଲୀ ଏମସ୍‌ରେ ଜେଟଲୀଙ୍କ ନିଧନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରେ ଥିଲେ । ମୃତ୍ୟୁ ଖବର ପାଇବା ପରେ ଫୋନ୍‌ କରି ଜେଟ୍‌ଲୀଙ୍କ ପରିବାର ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.