ପୁଣି ବିବାଦରେ ପପୁ ପମ୍‌ପମ୍‌, ହିମେଶ ରେସମିଆଁଙ୍କ ସହ ରାନୁ ମଣ୍ଡଳ ଗାଉଥିବା ଗୀତକୁ କମେଡି କରି ହେଲେ ଟ୍ରୋଲ୍

ଭୁବନେଶ୍ବର(କେନ୍ୟୁଜ୍) : ପୁଣି ବିବାଦରେ ପପୁ ପମ୍‌ପମ୍‌ । ମିଷ୍ଟର କହ୍ନେୟା ପୋଷ୍ଟର ବିବାଦ ଥମିନଥିବା ବେଳେ ଆଉ ଏକ ବିବାଦରେ ଫସିଛନ୍ତି ପପୁ । ହିମେଶ ରେସମିଆଁଙ୍କ ସହ ରାନୁ ମଣ୍ଡଳ ଗାଉଥିବା ଗୀତକୁ କମେଡି କରି ଟ୍ରୋଲ ହୋଇଛନ୍ତି ପପୁ। ବର୍ତ୍ତମାନ ସୋସିଆଲ ମେଡିଆରେ ସେନ୍‌ସେସନ୍‌ ପାଲଟିଛନ୍ତି ରାନୁ ମଣ୍ଡଳ । ହିମେଶ ରେସିମିଆଁଙ୍କ ସହ ରାନୁ ମଣ୍ଡଳ ଯେଉଁ ଗୀତ ଗାଈଛନ୍ତି, ସେହି ଗୀତକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ଛାଇ ହୋଇ ଯାଇଛି ଏହି ଗୀତ । ସେହି ଗୀତକୁ କମେଡି କରିଛନ୍ତି ପପୁ ପମ୍‌ପମ୍‌ ।

ଏହାସହ ପଢନ୍ତୁ:

ନାରୀକୁ ଅସମ୍ମାନ ପୋଷ୍ଟର, ବିବାଦ ଘନେଇବା ପରେ ଦୂତୀ ଚାନ୍ଦଙ୍କୁ କ୍ଷମା ମାଗିଲେ ପପୁ ପମ୍‌ପମ୍‌

 

ରାନୁ ଗୀତ ଗାଉଥିବା ବେଳେ ତାଙ୍କ ପାଖରେ ହିମେଶ ରେସିମିଆଁ ଛିଡ଼ା ହୋଇ ଉତ୍ସାହିତ କରୁଥିଲେ । ଠିକ୍‌ ସେହିପରି ପପୁଙ୍କ ପାଖରେ ଜଣେ ବ୍ୟକ୍ତି ଛିଡ଼ା ହୋଇଛନ୍ତି । ସବୁଠୁ ବଡ଼ କଥା ହେଉଛି ପପୁ ନିଜେ ଶାଢୀ ପିନ୍ଧିବା ସହ ମହିଳାଙ୍କ ପରି ମୁଣ୍ଡରେ କେଶ ଲଗାଇଛନ୍ତି । ପପୁଙ୍କ ଏପରି କମେଡିକୁ ସୋସିଆଲ ମିଡିଆରେ ଲୋକେ ନାପସନ୍ଦ କରିଛନ୍ତି । ରାନୁ ଗାଈଥିବା ଏହି ଭିଡିଓର ନକଲ କରି ଅନେକ ଲୋକ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ହେଲେ ପପୁ ପମ୍‌ପମ୍‌ଙ୍କ ପରି ଜଣେ ଅଭିନେତା ଏପରି ନକଲ କରିବା କେତେ ଠିକ୍‌?

ରେଲେଓ୍ଵ ଷ୍ଟେସନରେ ଗୀତ ଗାଉଥିବା ବେଳେ ଜଣେ ମହିଳା ଆଜି ବଲିଉଡ୍‌ରେ ଗୀତ ଗାଈ ସମସ୍ତଙ୍କ ମନ ଜିଣିଛନ୍ତି । ଏପରି ସ୍ଥଳରେ ଜଣେ ଅଭିନେତା ହିସାବରେ ପପୁ ପମ୍‌ପମ୍‌ ତାଙ୍କୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଥିଲା । ହେଲେ ଏପରି ନକରି ରାନୁ ମଣ୍ଡଳଙ୍କୁ କମେଡି କରିବା କେତେ ଯଥାର୍ଥ ? ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.