Below header

ରାଜରାସ୍ତାରେ ହାତୀପଲ , ଲୋକେ ଆତଙ୍କିତ

ସମ୍ବଲପୁର(କେନ୍ୟୁଜ୍) : ରାଜରାସ୍ତାରେ ହାତୀପଲ। ସମ୍ବଲପୁର ମାନେଶ୍ୱର ବ୍ଲକ ରାସନପୁର ଓ ଭୋଇପାଲି ରାସ୍ତାରେ ଘୁରି ବୁଲୁଛନ୍ତି ହାତୀପଲ। ଫଳରେ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ରାସ୍ତାରେ ଯାନବାହାନ ଚଳାଚଳ ଠପ୍‌ ହୋଇଯାଇଛି। କିଛି ଦିନ ହେଲା ଯୁଯୁମରା ଅଞ୍ଚଳରେ ଏକ ହାତୀପଲ ଘୁରି ବୁଲୁଛନ୍ତି। ଗାଁ ଭିତରେ ପଶି ଘରଦ୍ୱାର ଭଙ୍ଗାରୁଜା କରିବା ସହ ଫସଲ ସବୁ ଦଳି ମକଚି ନଷ୍ଟ କରିଦେଉଛନ୍ତି। ହାତୀ ପଲକୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ଚେଷ୍ଟା ଜାରି ରହିଛି। କିଛି ଦିନ ତଳେ ଏହି ହାତୀ ପଲରେ ଥିବା ଏକ ମାଇ ହାତୀ ଅସୁସ୍ଥ ହୋଇପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.