Below header

ପ୍ରେସର କୁକରରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି କି? ଜାଣିରଖନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ ହିତକର

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଚାହାନ୍ତି କେମିତି ଟିକେ ସମୟ ମିଳନ୍ତା କି ଆରାମ ନେବାକୁ କିମ୍ବା କେମିତି ଶିଘ୍ର ରୋଷେଇ ସରିଯାଆନ୍ତା କି । ଏପରି ଚିନ୍ତା ଆପଣ ମଧ୍ୟ କରୁଥିବେ । ଯେପରି ସବୁକିଛି ହାତପାହାନ୍ତାରେ ଶିଘ୍ର ସମାପ୍ତ ହୋଇଯାଆନ୍ତା । ଯାହାପାଇଁ ଆପଣ କମ୍ ପରିଶ୍ରମରେ ଅଧିକ କିଛି ପାଇବାର ଆଶା ରଖିଥାନ୍ତି । ନିତିଦିନିଆ ଜୀବନରେ ଆପଣମାନେ ହାତଗୋଡ ଠାରୁ ଅଧିକ ମେସିନ୍ ର ବ୍ୟବହାର କରୁଛନ୍ତି । ଲୁଗାସଫା ପାଇଁ ୱାସିଙ୍ଗ ମେସିନ୍, ମସଲା ବଟା ପାଇଁ ଗ୍ରାଇଣ୍ଡର ଭଳି ବିଭିନ୍ନ ସାମଗ୍ରୀର ବ୍ୟବହାର ବହୁଳ ମାତ୍ରାରେ ବଢିବାରେ ଲାଗିଛି । ଏହିପରି ସ୍ଥିତିରେ ଖାଦ୍ୟ ହେଉଛି ଆମ ନିତିଦିନିଆ ଜୀବନର ଏକ ଅବିଚ୍ଛିନ୍ନ ଅଙ୍ଗ । ଯାହା ପାଇଁ ମଣିଷ କର୍ମ କରିଚାଲିଛି । ତେଣୁ ଖାଦ୍ୟକୁ ଶିଘ୍ର ସିଝାଇବା ପାଇଁ ଆପଣମାନେ ପ୍ରାୟତଃ ପ୍ରେସର କୁକରର ବ୍ୟବହାର କରିଥାନ୍ତି । ତେବେ କଣ ଆପଣ ଜାଣିଛନ୍ତି ଏହି ପ୍ରେସର କୁକରରେ ଖାଦ୍ୟ ରାନ୍ଧିବା କେତେ ହିତକାରକ?

p4 ଆସନ୍ତୁ ଜାଣିବା ପ୍ରେସର କୁକରରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଆମ ଶରୀର ପାଇଁ କେତେ ସ୍ୱାସ୍ଥ୍ୟକର :

-ଏହା ଏଭଳି ଏକ ଉପାୟ ଯାହାକୁ ବନ୍ଦ ରଖାଯାଇ ବାମ୍ଫ ଜରିଆରେ ଖାଦ୍ୟ ପଦାର୍ଥକୁ ପ୍ରସ୍ତୁତ କରାଯାଇଥାଏ। କୁକର ଭିତରେ ଥିବା ପାଣି ଯେତେବେଳେ ଗରମ ହୋଇଥାଏ ତାହାର ପ୍ରେସର ବଢ଼ିଥାଏ ଓ ବାମ୍ଫ ଜରିଆରେ ଖାଦ୍ୟ ଶୀଘ୍ର ପ୍ରସ୍ତୁତ ହୋଇଯାଇଥାଏ।

p5-କେତେକ ଲୋକଙ୍କ ଧାରଣା ପ୍ରେସର କୁକରରେ ପ୍ରସ୍ତୁତ ହୋଇଥାଏ ଖାଦ୍ୟ ଶରୀର ପାଇଁ ଠିକ୍ ନୁହେଁ, କାରଣ ଅଧିକ ତାପମାତ୍ରାରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଇଥାଏ। କିନ୍ତୁ ଏହି ପଦ୍ଧତି ସ୍ୱାସ୍ଥ୍ୟକର ହୋଇଥାଏ । କାରଣ ଖାଦ୍ୟ ବାମ୍ଫ ଦ୍ୱାରା ପ୍ରସ୍ତୁତ ହେଉଥିବାରୁ ଏଥିରେ ଥିବା ପୋଷାକ ତତ୍ତ୍ୱ ନଷ୍ଟ ନହେବା ସହିତ ଅଧିକ ମାତ୍ରରେ ମହଜୁଦ ରହିଥାଏ।

-ବିଶେଷଜ୍ଞଙ୍କ ଅନୁସାରେ, ପ୍ରେସର କୁକରରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ପୋଷକ ତତ୍ତ୍ୱ ନଷ୍ଟ ହୋଇ ନଥାଏ। କାରଣ ଏଥିରେ ପନିପରିବାକୁ ସିଝା ଯିବା ପାଇଁ ଅଧିକ ଗରମ କରିବା କିମ୍ବା ଅଧିକ ସମୟ ଲାଗିନଥାଏ। ତେଣୁ ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇନଥାଏ।

p3-ପ୍ରେସର କୁକର ପ୍ରତ୍ୟେକ ଖାଦ୍ୟ ପଦାର୍ଥ ପାଇଁ ଅଲଗା ଭାବେ କାମ କରିଥାଏ। ପ୍ରେସର କୁକୁରରେ ପ୍ରସ୍ତୁତ ହେଉଥିବା ବିଲାତିବାଇଗଣ ଅଧିକ ସ୍ୱାସ୍ଥ୍ୟକର ରହିଥାଏ। ସେହିପରି କୁକରରେ ପ୍ରସ୍ତୁତ ମାଂସ ଖାଇବା ଦ୍ୱାରା ସହଜରେ ହଜମ ହୋଇଥାଏ।

-ଅନ୍ୟପକ୍ଷରେ ପ୍ରେସର କୁକରରେ ପ୍ରସ୍ତୁତ ହେଉଥିବା ଭାତ, ଆଳୁ ଓ ପାସ୍ତାରେ ଭାବେ ଖାଇବା ଦ୍ୱାରା କର୍କଟ ଭଳି ଭୟଙ୍କର ରୋଗ ହେବାର ଆଶଙ୍କା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.