ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା , ୭ ଆହତ

ଆଠଗଡ଼(କେନ୍ୟୁଜ୍) : ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୭ଜଣ ଆହତ ହୋଇଛନ୍ତି। ଆଠଗଡ଼ ଖୁଣ୍ଟୁଣୀ ବଜାର ନିକଟରେ ଦୁର୍ଘଟଣା ଘଟିଥିଲା। ବସ୍‌ଟି ନୂଆପଡ଼ାରୁ ଭୁବନେଶ୍ୱର ଯାଉଥିବାବେଳେ ଟ୍ରକଟି ଖୁଣ୍ଟୁଣୀରୁ ତାଳଚେର ଆସୁଥିଲା। ଏହି ସମୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ବସ୍‌ର ୫ଜଣ ଯାତ୍ରୀ ଓ ଟ୍ରକର ୨ଜଣ ଆହତ ହୋଇଛନ୍ତି। ୫ଜଣଙ୍କୁ ଆଠଗଡ଼ ଡାକ୍ତରଖାନା ଓ ୨ଜଣଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.