ଗରମରୁ ତ୍ରାହି ପାଇବା ପାଇଁ ହାତୀପଲଙ୍କ ଜଳକ୍ରୀଡା, ମୟୂରଭଞ୍ଜ ଶୁଖିଲାଖୋଳି ସଂରକ୍ଷିତ ଜଙ୍ଗଲର ଦେଖନ୍ତୁ ଏହି ଦୃଶ୍ୟ

କରଞ୍ଜିଆ(କେନ୍ୟୁଜ): ହାତୀପଲଙ୍କ ଜଳକ୍ରୀଡ଼ା । ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜ ଶୁଖିଲାଖୋଳି ସଂରକ୍ଷିତ ଜଙ୍ଗଲରେ ହାତୀପଲ ଜଳକ୍ରୀଡାରେ ମଗ୍ନ ହୋଇଛନ୍ତି। ଗରମରୁ ତ୍ରାହି ପାଇବା ପାଇଁ ଜଙ୍ଗଲ ମଧ୍ୟରେ ଥିବା ପଙ୍କ ପାଣିରେ ଜଳ କ୍ରୀଡା କରୁଛନ୍ତି ଶତାଧିକ ହାତୀ।

ଏହି ଝାରଖଣ୍ଡୀ ହାତୀପଲ ଗତ କିଛି ଦିନ ଧରି ମୟୂରଭଞ୍ଜ ଜିଲ୍ଲାରେ ପ୍ରବେଶ କରିଛନ୍ତି। ବେତନଟୀ ରେଞ୍ଜ ପରେ ଏବେ ଏହି ହାତୀପଲ ରାସଗୋବିନ୍ଦପୁର ରେଞ୍ଜରେ ପହଁଞ୍ଚିଛନ୍ତି। ବନ ବିଭାଗ ହାତୀପଲ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିଥିବା ବେଳେ ହାତୀପଲକୁ କିଭଳି ସୁରକ୍ଷିତ ଭାବେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.