Below header

ବିଶିଷ୍ଟ ସାହିତ୍ୟିକ ତଥା ସମାଲୋଚକ ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ଦେହାନ୍ତ

ଭୁବନେଶ୍ବର(କେନ୍ୟୁଜ୍):ବିଶିଷ୍ଟ ସାହିତ୍ୟିକ ତଥା ସମାଲୋଚକ ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ଦେହାନ୍ତ। ୬୯ ବର୍ଷ ବୟସରେ  ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସାହିତ୍ୟ ସାଧନା ସହ ସାମ୍ବାଦିକ ଓ ଶିକ୍ଷାବିତ ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ। ଗତ କିଛି ଦିନ ଧରି ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ସୁସାହିତ୍ୟିକ ଡକ୍ଟର ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ମରଶରୀର ଘରୋଇ ହସ୍ପିଟାଲରୁ  ଦୈନିକ ଖବର କାଗଜ ସଂସ୍ଥାର ଅଫିସକୁ ନିଆଯାଇଥିଲା । ଏହାପରେ ତାଙ୍କର ଘର ସାମନ୍ତରାପୁରରେ ଥିବା କେଦାରଗୌରୀ ଆପାର୍ଟମେଣ୍ଟକୁ ନିଆଯିବ ପରେ ପୁରୀରେ ତାଙ୍କର ଶେଷକ୍ରୁତ୍ୟ ସମ୍ପନ୍ନ କରାଯିବ ।  ୫୦ ଦିନ ଡାକ୍ତର ଖାନାରେ ଚିକିତ୍ସା ହେଉଥିଲେ । ଆଜି ଦିନ ୩ ଟା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ସେ ଜଣେ ସୁସାହିତିକ ,ସାମ୍ବାଦିକ ଓ ଲେଖକ ଥିଲେ । ତାଙ୍କର ମୃତ୍ୟୁ ସମାଜ ପାଇଁ ଏକ ବଡ଼ ଅପୁରଣୀୟ କ୍ଷତି ବୋଲି କହିଛନ୍ତି ତାଙ୍କ ପୁତୁରା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.