ପ୍ରୋ ଆକ୍ଟିଭ୍ ଭିଜିଲାନ୍ସ: ପୁଣି ଜାଲରେ ପଡିଲା ବଡ଼ ମାଛ, ପୁରୀର ସ୍ତ୍ରୀ ରୋଗ ଡାକ୍ତରଙ୍କ ଘରୁ ମିଳିଲା କୋଟିଏ ଟଙ୍କା

ଭୁବନେଶ୍ବର(କେନ୍ୟୁଜ୍): ପୁଣି ଭିଜିଲାନ୍ସ ବିଭାଗକୁ ବଡ଼ ସଫଳତା।  ଆଉ ଏକ ବଡ଼ ମାଛକୁ ଧରିବାରେ ସଫଳତା ହାସଲ କରିଛି ଭିଜିଲାନ୍ସ । ଏଥର କେଉଁ ଯନ୍ତ୍ରୀ କି ପ୍ରଶାସନିକ ଅଧିକାରୀ ନୁହଁନ୍ତି ବରଂ ଜଣେ ଡାକ୍ତରଙ୍କ ଘରେ ରେଡ ମାରିଛି ଭିଜିଲାନ୍ସ। ସେହି ଡାକ୍ତର ଜଣକ ହେଉଛନ୍ତି ପୁରୀ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର ସୁକାନ୍ତ ଜେନା। ଡାକ୍ତରଙ୍କ ଭୁବନେଶ୍ବର ଘରୁ ନଗଦ ୧ କୋଟି ୧୨ ଲକ୍ଷ ଟଙ୍କା ଜବତ କରାଯାଇଛି।

୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିବା ପରେ  ଡାକ୍ତର ତାଙ୍କ ଘରକୁ  ରେଡ଼ ମାରିଥିଲା। ପରେ ଏତେ ଗୁଡାଏ ଟଙ୍କାଙ୍କୁ ଦେଖି ତାଜୁବ ହୋଇଥିଲା ଭିଜିଲାନ୍ସ ଟିମ୍ ।

ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ମହିଳାଙ୍କ ସିଜରିଆନ ଡେଲିଭରି ପାଇଁ ଦାବି କରିଥିଲେ ୮ ହଜାର ଟଙ୍କା। ଏ ନେଇ ଭିଜିଲାନ୍ସରେ ଅଭିଯୋଗ ପରେ ଧରିଛି ଭିଜିଲାନ୍ସ। ଡାକ୍ତରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ ଚାଲିଛି। ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନରେ ରୁଜୁ ହୋଇଛି ମାମଲା। ଭୁବନେଶ୍ୱର କଳାରାହଙ୍ଗ କସମୋ ଡୁପ୍ଲେକସରେ ଡାକ୍ତର ଜେନାଙ୍କ ଘର ରହିଛି।

Leave A Reply

Your email address will not be published.