ଲାଲଗଡ଼ରେ ଗଣତନ୍ତ୍ରର ଜୟ, ନିର୍ଭୟରେ ମତଦାନ କଲେ ଭୋଟର

କେନ୍ୟୁଜ୍(ବ୍ୟୁରୋ):  ଲାଲଗଡ଼ରେ ପଞ୍ଚାୟତ ଭୋଟ୍‌ । ଲୋକଙ୍କ ମନରେ ପୂର୍ବରୁ ଭୟ ଥିଲା । ସୁରକ୍ଷାର ଭରସା ଦେଇଥିଲା ପୋଲିସ । ବୁଥ୍‌ ବାହାରେ ପୋଲିସ ଦେଇଥିଲା କଡ଼ା ପ୍ରହରା । ନିର୍ଭୟରେ ମତଦାନ କରିଛନ୍ତି ଭୋଟର । ମାଓ ପ୍ରଭାବିତ ଅଞ୍ଚଳର ବିଭିନ୍ନ ବୁଥ ଆଗରେ ଲୋକଙ୍କର ଲାଗିଥିଲା ଲାଇନ୍‌ । ଭୋଟ ବର୍ଜନ ପାଇଁ ପୂର୍ବରୁ ମାଓବାଦୀ ଧମକ ଦେଇଥିଲେ ବି ଖାତିର କରି ନଥିଲେ ଭୋଟର । ରାୟଗଡ଼ା ଜିଲ୍ଲା ନିୟମଗିରିରେ ଭୋଟ୍‌ ଦେବା ପାଇଁ ଆଗେଇ ଆସିଥିଲେ ଡଙ୍ଗରିଆ କନ୍ଧ ।

କାଁ ଭାଁ କେଉଁଠି ହିଂସା ଦେଖିବାକୁ ମିଳିଥିଲା । ମତଦାନ ବେଳେ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଚପମାଣିକ ପଞ୍ଚାୟତ ୯ନମ୍ବର ବୁଥରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବାଲଟ ବାକ୍ସ ନେଇଯାଇଥିଲେ ଦୁର୍ବୃତ୍ତ । ସେହିପରି କୃଷ୍ଣପ୍ରସାଦ ବ୍ଲକ ଆଲାଣ୍ଡ ପଞ୍ଚାୟତରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।  ଯାଜପୁର ଧର୍ମଶାଳାରେ ଦେଓଦା ଓ ଅରାବଳ ପଞ୍ଚାୟତର ୩ଟି ବୁଥ୍‌ରେ ବିଶୃଙ୍ଖଳା ଯୋଗୁ ଭୋଟ ଗ୍ରହଣ ବନ୍ଦ ହୋଇଛି ।

ରାଜ୍ୟ ନିର୍ବାଚନ କମିଶନର ପ୍ରାଥମିକ ରିପୋର୍ଟ ଅନୁସାରେ ଢେଙ୍କାନାଳ ଜିଲ୍ଲାର ୩ଟି, ଯାଜପୁର ଜିଲ୍ଲାର ୭ଟି, ପୁରୀ ଜିଲ୍ଲୀର ୫ଟି ବୁଥରେ ନିର୍ବାଚନ ବାଧାପ୍ରାପ୍ତ ହୋଇଛି । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ତୁଣ୍ଡାମେଲା ପଞ୍ଚାୟତର ୧୧ ନମ୍ବର ଓ୍ଵାର୍ଡରେ ନିର୍ବାଚନ ହୋଇନି । ୩ହଜାର ୩୫୭ ସମ୍ବେଦନଶୀଳ ବୁଥ୍‌ ଉପରେ ରହିଥିଲା ପୋଲିସର କଡ଼ା ନଜର । ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ବିଭିନ୍ନ ଜିଲ୍ଲାର ଏସପି ଓ ବରିଷ୍ଠ ପୋଲିସ ଅଧିକାରୀ । ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ମୁତୟନ ହୋଇଥିଲା ୨୩୫ ପ୍ଲାଟୁନ୍‌ ଫୋର୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.