ଭବାନୀପାଟଣା: ମାଓବାଦୀ ଓ ଏସ୍ଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ, ସୁରକ୍ଷାକର୍ମୀଙ୍କ ଗୁଳିରେ ଏକାଧିକ ମାଓବାଦୀ ଆହତ
ଭବାନୀପାଟଣା(କେନ୍ୟୁଜ୍): ଭବାନୀପାଟଣା ସଦର ଥାନା ଗୁଣ୍ଡି ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ଓ ଏସ୍ଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ । ଏଥିରେ ଏକାଧିକ ମାଓବାଦୀ ଆହତ ହୋଇଛନ୍ତି । କିଛି ମାଓବାଦୀଙ୍କ ମୃତ୍ୟୁ ହୋଥିବା ଆଶଙ୍କା କରାଯାଉଥିବା କଳାହାଣ୍ଡି ଏସ୍ପି ବି. ଗଙ୍ଗାଧର କହିଛନ୍ତି । ହେଲେ କୌଣସି ମୃତଦେହ ଉଦ୍ଧାର କରାଯାଇନାହିଁ । ଘଟଣାସ୍ଥଳରୁ ଜିଲୋଟିନ୍, ଟିଫିନ୍ ବୋମା, ଡିଟୋନେଟର ସମେତ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି ।