ସମ୍ବଲପୁରରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର୍‌ ଅପରାଧୀ ତ୍ରିଦେବ ବାଗ୍‌ ଆହତ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଆହତ ହୋଇଛି ହାର୍ଡକୋର୍‌ ଅପରାଧୀ ତ୍ରିଦେବ ବାଗ୍‌। ଆଜି ସକାଳ ପ୍ରାୟ ସାଢେ ୫ଟା ସମୟରେ ଧନୁପାଲି ପୋଲିସ ଓ ସ୍ପେଶାଲ୍‌ ସ୍କ୍ଵାର୍ଡ ମିଳିତ ଭାବେ ଏନ୍‌କାଉଣ୍ଟର କରିଥିଲା। ତାର ବାମ ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ତ୍ରିଦେବ ତାର ସହଯୋଗୀଙ୍କ ସହ ଡକାୟତି ଯୋଜନା କରୁଥିବାବେଳେ ସମୟରେ ପୋଲିସ ଖବର ପାଇ କୁଲୁଥକାନି-ଧନକଉଡା ରାସ୍ତାରେ ଏନ୍‌କାଉଣ୍ଟର କରିଥିଲା। ତା’ ନିକଟରୁ ବନ୍ଧୁକ, ୨ଟି ଜୀବନ୍ତ ଗୁଳି, ୩ଟି ମୋବାଇଲ,୩୦ହଜାର ଟଙ୍କା ଓ ଖେଳନା ବନ୍ଧୁକ ଜବତ ହୋଇଛି। ତ୍ରିଦେବକୁ ପୋଲିସ ଏନ୍‌କାଉଣ୍ଟର କରିଥିବାବେଳେ ଘଟଣାସ୍ଥଳରୁ ୨ ଅପରାଧୀ ଫେରାର୍‌ ହୋଇଯାଇଛନ୍ତି। ତା ନାଁରେ ସମ୍ବଲପୁରର ବିଭିନ୍ନ ଥାନାରେ ୮ରୁ ଅଧିକ ମାମଲା ରହିଛି।

Leave A Reply

Your email address will not be published.