ବେଆଇନ ବାଣ କାରଖାନା ଉପରେ ଆସିକା ପୋଲିସର ବଡ଼ଧରଣର ଚଢ଼ାଉ

ଆସିକା(କେନ୍ୟୁଜ୍) : ବେଆଇନ ବାଣ କାରଖାନା ଉପରେ ଆସିକା ପୋଲିସର ବଡ଼ଧରଣର ଚଢ଼ାଉ । ୭ ଟ୍ରକ୍‌ ବାଣ ସହ ବାଣ ତିଆରି ସାମଗ୍ରୀ ଜବତ କରିଛି ଆସିକା ପୋଲିସ । ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ । ନଳବଣ୍ଟା ଗାଁ ବାଣ ତିଆରି ପାଇଁ ପ୍ରସିଦ୍ଧ ଥିବା ବେଳେ ବିଭିନ୍ନ ସମୟରେ ଏଠାରେ ବେଆଇନ ବାଣ ତିଆରି ହୋଉଥିବା ନେଇ ଅଭିଯୋଗକୁ ଭିତ୍ତି କରି ଆସିକା ଏସଡିପିଓଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା ।

Leave A Reply

Your email address will not be published.