ରାଜଧାନୀରେ ଫ୍ଲାଟ୍ ଦେବା ନାଁରେ ଠକେଇ, କମ୍ପାନୀ ଏମ୍ଡିଙ୍କୁ ବାନ୍ଧିଲା EOW

ଭୁବନେଶ୍ୱର (କେନ୍ୟୁଜ): ଫ୍ଲାଟ ଦେବା ନାଁ ରେ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ ରେ MS ବାସେରା ଡିଜାଇନ୍ସ ର MD ଗିରଫ। MD ମନୋଜ ପଟନାୟକ ଙ୍କୁ ଗିରଫ କଲା EOW।
ସୂଚନା ଅନୁସାରେ ଭୁବନେଶ୍ୱର ର ସିଜୁଆ ଅଞ୍ଚଳରେ ବାସେରା ଫ୍ରେସ୍କୋ ନାମକ ଆପେଟମେଣ୍ଟ କରି ଲୋକଙ୍କୁ ଫ୍ଲାଟ ଦେବା ପାଇଁ ଅଗ୍ରିମ ଟଙ୍କା ନେଇଥିଲା । ତେବେ ଏକାଧିକ ଲୋକ ଟଙ୍କା ଦେଇଥିବା ସତ୍ତ୍ବେ ସେ ଫ୍ଲାଟ ହସ୍ତାନ୍ତର କରିନଥିଲେ। ଏଭଳି ଭାବେ ମୋଟ ୧ କୋଟି ୭୨ ଲକ୍ଷ ଟଙ୍କା ଠକିଥିବା ନେଇ EOW ରେ ଅଭିଯୋଗ କରିଥିଲେ ଫ୍ଲାଟ ମାଲିକ। ଏହି ଘଟଣାରେ ଆଗକୁ ଅଭିଯୁକ୍ତଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ଦେଇଛି EOW।