ଫିଫା ବିଶ୍ୱକପରେ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଛାଡ଼ିଲେନି କର୍ତ୍ତୃପକ୍ଷ, କ୍ରୁସେଡର ଡେସ୍ ପିନ୍ଧିଥିବାରୁ ହେଲା ହଙ୍ଗାମା

କେନ୍ୟୁଜ୍ ବ୍ୟୁରୋ: କତାରରେ ଚାଲିଛି ଫିଫା ବିଶ୍ୱକପ ୨୦୨୨, ସମସ୍ତଙ୍କ ନଜର ଖେଳ ଉପରେ ରହିଛି । ବିଶ୍ୱକପରେ ଧମାକାଦାର ମ୍ୟାଚ୍କୁ ସମସ୍ତେ ଉପଭୋଗ କରୁଛନ୍ତି । କିନ୍ତୁ ଦିନକୁ ଦିନ ବିଶ୍ୱକପରେ ଏମିତି ଚାଞ୍ଚଲ୍ୟକର ଖବର ଆସୁଛି ଯାହା ଫୁଟ୍ବଲ ପ୍ରେମୀଙ୍କୁ ଚକିତ କରିଛି । ଆୟୋଜକ କତାରର କର୍ତ୍ତୃପକ୍ଷ ନୂଆ ନୂଆ ନିୟମ ଲାଗୁ କରୁଛନ୍ତି । ପୂର୍ବରୁ ଏହି ବିଶ୍ୱକପରେ ମଦ୍ୟପାନ, ଧୂମ୍ରପାନ ଏବଂ କପଡ଼ା ପିନ୍ଧିବାକୁ ନେଇ କତାର କର୍ତ୍ତୃପକ୍ଷ ପ୍ରତିବନ୍ଧକ ଲଗାଇଛନ୍ତି ।
ପୁଣି ଏବେ କତାର ଷ୍ଟାଡିୟମରେ ଏକ ବିବାଦ ଉପୁଜିଛି । ଶୁକ୍ରବାର ଖେଳାଯାଇଥିବା ଆମେରିକା- ଇଂଲଣ୍ଡ ମ୍ୟାଚ୍ରେ ଇଂଲଣ୍ଡର କିଛି ପ୍ରଶଂସକଙ୍କୁ ସୁରକ୍ଷା ଅଧିକାରୀମାନେ ଷ୍ଟାଡିୟମ ଭିତରକୁ ଛାଡ଼ି ନ ଥିଲେ । ଯାହା ଫଳରେ ସୁରକ୍ଷା କର୍ମୀ ଏବଂ ପ୍ରଶଂସକଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ସେମାନଙ୍କୁ ଅଟକାଇବାର କାରଣ ହେଉଛି ତାଙ୍କର ପିନ୍ଧା ପୋଷାକ ଯାହା ଉପରେ ସୁରକ୍ଷା କର୍ମୀ ପ୍ରଶ୍ନ ଉଠାଇଥିଲେ । ଇଂଲଣ୍ଡର ପ୍ରଶଂସକମାନେ କ୍ରୁସେଡର ପରି ଡ୍ରେସ୍ ପିନ୍ଧିଥିଲେ । ଅଧିକାଂଶ ସମୟ ଇଂଲଣ୍ଡର ପ୍ରଶଂସକମାନେ ଫ୍ୟାନ୍ସି ଡ୍ରେସ୍ କିମ୍ବା କିଛି ମେସେଜ୍ ଦେବା ପରି ଡ୍ରେସ୍ ପିନ୍ଧିଥାଆନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି ।
Qatari authorities have started banning England fans from wearing crusader costumes in stadiums.
The attire, complete with swords and crosses, are offensive due to crusader history of rape, slaughter and occupation of Arab lands.#Qatar #Eng #FIFAWorldCup pic.twitter.com/BoL6dnZEjz
— Robert Carter (@Bob_cart124) November 23, 2022
କତାରରେ କାହିଁକି ଏହିପରି ଡ୍ରେସ୍ ଉପରେ ଲାଗିଛି ପ୍ରତିବନ୍ଧକ :
କ୍ରୁସେଡର ଡ୍ରେସ୍କୁ ନେଇ ହୋଇଥିବା ପ୍ରତିକନ୍ଧକ ପଛରେ ଏକ କାହାଣୀ ଅଛି । କୁହାଯାଏ ଇତିହାସରେ ଖ୍ରୀଷ୍ଟିୟାନ ଧର୍ମର ଲୋକମାନେ ମୁସ୍ଲିମ ଦେଶ ଉପରେ ଆକ୍ରମଣ କରୁଥିଲେ । ସେଥିପାଇଁ ଏହି ପ୍ରକାର ଡ୍ରେସ୍କୁ କତାରରେ ପିନ୍ଧିବା ପାଇଁ ଅପମାନଜନକ ବୋଲି କୁହାଯାଏ । ଷ୍ଟାଡିୟମ ଅଧିକାରୀଙ୍କ ଦ୍ୱାରା ଏହି ନିୟମ ବିଷୟରେ ସୂଚନା ଦିଆଯାଇଛି ଏବଂ ଷ୍ଟାଡିୟମରେ ଏହିପରି ଡ୍ରେସ୍ ନ ପିନ୍ଧିବା ପାଇଁ କୁହାଯାଇଛି । କତାରରେ କିଛି ଦିନ ଭିତରେ ଯେଉଁପରି କଡ଼ା ନିୟମ ସବୁ ଲାଗୁ କରା ହେଉଛି, ତାକୁ ନେଇ ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ପୂର୍ବରୁ ଲାଗୁ ହୋଇଛି ଏହି ନିୟମ :
କତାରରେ ବିଶ୍ୱକପ ପ୍ରାରମ୍ଭରୁ ଅନେକ ନିୟମ ଉପରେ ପ୍ରତିବନ୍ଧକ ଲାଗିଛି । ସେଠାରେ ଖୋଲାରେ ମଦ ବିକ୍ରି ହେଉନାହିଁ । ଷ୍ଟାଡିୟମର କିଛି ନିର୍ଦ୍ଦିଷ୍ଟ ଦୂରରେ ଏହା ବିକ୍ରି ହେବା ପାଇଁ ଅନୁମତି ମିଳିଛି । ଯାହାକୁ ନେଇ କିଛି ଦିନ ତଳେ ବିବାଦ ଦେଖାଦେଇଥିଲା ଏବଂ ଦର୍ଶକମାନେ ଷ୍ଟାଡିୟମ ଭିତରେ ‘ଆମକୁ ବିୟର ଦରକାର’ ସ୍ଲୋଗାନ୍ ଦେଇଥିଲେ ଯାହାର ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହୋଇଥିଲା । ଆହୁରି ମହିଳାମାନଙ୍କ ଛୋଟ ଡ୍ରେସ୍ ପିନ୍ଧାକୁ ନେଇ ମଧ୍ୟ ବିବାଦ ହୋଇଥିଲା । ଆଣ୍ଠୁ ଉପରକୁ ଡ୍ରେସ୍ ନ ପନ୍ଧିବା ପାଇଁ ମହିଳାମାନଙ୍କୁ କୁହାଯାଇଥିଲା ।
ଏହି ସବୁ ବିବାଦ ପାଇଁ ଆମେରିକା ଏବଂ ୟୁରୋପର ମିଡିଆ ଏହା ଉପରେ ଲଗାତାର ପ୍ରଶ୍ନ ଉଠାଇଛି । ଏମିତି କି ଫିଫା ଦ୍ୱାରା ମଧ୍ୟ କତାର କର୍ତ୍ତୃପକ୍ଷଙ୍କୁ କୁହାଯାଇଛି, କିନ୍ତୁ ଏହି ବିଶ୍ୱକପ ଆୟୋଜକଙ୍କ ମନ ମୁତାବକ ଚାଲିଛି ।