Below header

ଗୋଟିଏ ଫୋନ କଲରେ ଘରେ ପହଁଞ୍ଚିବ ଅତ୍ୟାବଶ୍ୟକ ଜିନିଷ, ଟ୍ୱିଟ କରି ଜଣାଇଲେ ବୌଦ୍ଧ ଜିଲ୍ଲାପାଳ

ବୌଦ୍ଧ (କେନ୍ୟୁଜ) : ଏବେ ଘରେ ପହଁଚିବ ଖାଦ୍ୟ। ଲୋକମାନେ ଯେପରି ବାହାରକୁ ନ ଆସିବେ ସେଥିପାଇଁ ବୌଦ୍ଧ ଟାଉନର କିଛି ନାଗରିକ ଘରେ ନେଇ ଅତ୍ୟାବଶ୍ୟକ ଜିନିଷ ପହଞ୍ଚାଇବେ। ଲୋକମାନଙ୍କ ସୁରକ୍ଷା ପାଇଁ ଏବେ ସେମାନେ ଆସିବାକୁ ଦରକାର ପଡିବନାହଁ। କାହିଁକିନା ଅତ୍ୟାବଶ୍ୟକ ଜିନିଷ ଯେପରି କ୍ଷୀର, ଗ୍ରସରୀ, ଫଳ ଏବଂ ପନିପରିବା, ମେଡ଼ିସିନ ଓ ବେକେରି ଆଦି ଜିନିଷ ହୋମ ଡେଲିଭରି କରାଯିବ। ଏହାକୁ ନେଇ ବୌଦ୍ଧ ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ହୋମ ଡେଲିଭରି ପାଇଁ ରେଜିଷ୍ଟର୍ଡ ସପ୍ଲାଏର୍ସଙ୍କ ଲିଷ୍ଟ ଦିଆଯାଇଛି, ଯେଉଁଥିରେ ଫୋନ ଏବଂ ହ୍ଵାଟ୍ସଆପ ଯୋଗେ ଖାଦ୍ୟ ସାମଗ୍ରୀ ଅର୍ଡର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.