ମହାଭାରତ ସିରିଏଲର ପୁନଃ ପ୍ରସାରଣ ପରେ ସୋସିଆଲ ମିଡ଼ିଆରେ ଡେବ୍ୟୁ କରିବେ ଅଭିନେତା ନୀତିଶ ଭରଦ୍ୱାଜ

ଅଶୀ ଦଶକରେ ଅଭିନେତା ନୀତିଶ ଭରଦ୍ଵାଜ, ବିଆର ଚୋପ୍ରାଙ୍କ ନିର୍ଦ୍ଦେଶିତ ମହାଭାରତରେ କୃଷ୍ଣ ଭୂମିକା ନିଭେଇଥିଲେ । ତାଙ୍କ ଅଭିନୟରେ ଏତେ ନିଖୁଣତା ଥିଲା ଯେ,ସେସମୟରେ ଲୋକେ ତାଙ୍କୁ ଵାସ୍ତବ ଜୀବନର ଭଗବାନ ବୋଲି ଧରି ବସିଥିଲେ । ଲକ ଡାଉନ ପରିସ୍ଥିତି କାରଣରୁ ହିଁ ଦୀର୍ଘ ୩୨ ବର୍ଷ ପରେ ପୁଣି ଥରେ ଟେଲିକାଷ୍ଟ ହୋଇଛି । ଏହି ପୌରାଣିକ ସିରିଏଲ ଟିର ପୁନଃ ପ୍ରସାରଣ ପରେ ନୀତିଶ ନିଜ ଫ୍ୟାନ୍ସ ମାନଙ୍କ ପାଇଁ ଏକ ଶାନଦାର ଭେଟି ଆଣି ଦେଇଛନ୍ତି ।

Mahabharat: Nitish Bharadwaj refused to play Krishna, dodged BR ...

ଏଣିକି ଆଗକୁ ନିଜ ପ୍ରଶଂସକ ମାନଙ୍କ ସହ ଯୋଡି ହୋଇ ରହିବା ପାଇଁ ନୀତିଶ ଏକା ସାଙ୍ଗରେ ତିନି ତିନିଟି ସୋସିଆଲ ମିଡ଼ିଆ ପ୍ଲାର୍ଟଫର୍ମରେ  ଡେବ୍ୟୁ କରିବେ ବୋଲି ସ୍ଥିର କରିଛନ୍ତି । ସେଗୁଡିକ ଭିତରେ ଅଛି ଇଂସ୍ଟଗ୍ରାମ, ଟ୍ୱିଟର ଓ ୟୁଟ୍ୟୁବ । ନିଜ ଅଭିନୀତ ସିରିଏଲର ପୁନଃ ପ୍ରସାରଣ ଖୁସିରେ ନୀତିଶ ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି । ଭିଡ଼ିଓ ଟିରେ ନୀତିଶ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ନିଜ ଲୋକପ୍ରିୟତା ନେଇ ସମସ୍ତଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତିକି , ‘ଆପଣ ମାନେ ମୋର ଅନଲାଇନ ଫ୍ୟାମିଲି ହୋଇଯାଇଛନ୍ତି ।

ମାତ୍ର ଦୁଇ ଦିନ ତଳେ ମୁଁ ସେୟାର କରିଥିବା ମହାଭାରତ ଭିଡି଼ଓ ଟିକୁ ଏଭିତରେ ଏକ କୋଟି ୧୨ ଲକ୍ଷ ଲୋକ ସେଆର କରି ସାରିଲେଣି । ଏହା ନିଶ୍ଚିତ ଭାବେ ଏକ ଆଶ୍ଚର୍ଯ୍ୟ । ଏଥିପାଇଁ ମୁଁ ସମସ୍ତଙ୍କ ନିକଟରେ ଚିର କୃତଜ୍ଞ । ବିଶେସ ଭାବେ ଆପଣ ମାନଙ୍କ ଭଲ ପାଇବା ହିଁ ମୋତେ ବିଭିନ୍ନ ସୋସିଆଲ ମିଡ଼ିଆ ଗୁଡ଼ିକରେ ଆକ୍ଟିଭ ରହିବା ପାଇଁ ବାଧ୍ୟ କରିଛି । କହିରଖିବା ଉଚିତ ହେବ ଯେ, ଲକ ଘୋଷଣା ପରେ ପ୍ରତିଦିନ ସକାଳ ଓ ସନ୍ଧ୍ୟା ସମୟରେ ୨ ଓଳି ପୁନଃ ପ୍ରସାରିତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.