ଇଂଲଣ୍ଡର ଏହି କ୍ରିକେଟ ଷ୍ଟାଡିୟମ ହେବ କରୋନା ଭାଇରସ ଟେଷ୍ଟ ସେଣ୍ଟର, ମିଳିବ ଅନେକ ସୁବିଧା

ଲଣ୍ଡନ: କାଉଣ୍ଟି କ୍ରିକେଟ କ୍ଲବ Warwickshir ଶୁକ୍ରବାର ଘୋଷଣା କରିଛି ଯେ ଏହା କରୋନା ଯାଞ୍ଚ ପାଇଁ ଏଜବେଷ୍ଟନ ଷ୍ଟାଡିୟମକୁ ସରକାରଙ୍କୁ ହସ୍ତାନ୍ତର କରୁଛି। ଷ୍ଟାଡିୟମର ମୁଖ୍ୟ କାର ପାର୍କିଂସ୍ଥଳକୁ କରୋନା କେନ୍ଦ୍ର ରୂପେ ବ୍ୟବହାର କରାଯିବ। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବାରେ କାମ କରୁଥିବା ମେଡିକାଲ ଷ୍ଟାଫମାନେ ପରୀକ୍ଷଣ କରିବା ପାଇଁ ଏହି ଷ୍ଟାଡିୟମକୁ ବ୍ୟବହାର କରିବେ।

ଯେଉଁ ଲୋକମାନେ କୋଭିଡ-19ର ଟେଷ୍ଟ କରାଇବେ, ସେମାନେ ଏଜବେଷ୍ଟନ ରୋଡରୁ ପ୍ରବେଶ କରିପାରିବେ ଏବଂ ଗାଡି ଜରିଆରେ ହିଁ ଭିତରକୁ ଯାଇପାରିବେ। ପୁଣି ପେରସୋର ରୋଡ ନିକାସ ମାଧ୍ୟମରେ ବାହାରକୁ ଆସିପାରିବେ।

କ୍ଲବର ମୁଖ୍ୟ କାର୍ଯ୍ୟକାରୀ ନିଲ ସ୍ନୋବଲ କହିଛନ୍ତି, ଏନଏଚଏମ ଷ୍ଟାଫମାନଙ୍କର ଏହି କୋଭିଡ-19 ଟେଷ୍ଟ ସେଣ୍ଟର କିଛି ଦିନରେ କାମ ଆରମ୍ଭ କରିଦେବ ଏବଂ ଏହା ଏଜବେଷ୍ଟନରେ ଆଗାମୀ ଆଦେଶ ପର୍ଯ୍ୟନ୍ତ ଚାଲୁ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.