ଶରୀରରେ ହେଉଥିବା ଇନଫେକ୍‌ସନ୍‌ରୁ ରକ୍ଷା କରିବା ସହ କ୍ୟାନସର୍ ଦୂର କରିଥାଏ କେଶର

ଖାଇବାରେ ସ୍ୱାଦ ଏବଂ ରଙ୍ଗ ବଦଳାଇବା ପାଇଁ ଆମେ କେଶର ବ୍ୟବହାର କରିଥାଉ । ଖାଦ୍ୟରେ ଏହାକୁ ମିଶାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏଥିରେ ଥିବା ଔଷଧୀୟ ଗୁଣ ଆପଣଙ୍କ ଶରୀରରେ ଅନେକ ରୋଗକୁ ଭଲ କରିଥାଏ ।

କେଶରରେ ବହୁଳ ମାତ୍ରାରେ ମାଙ୍ଗାନିଜ୍ ରହିଛି, ଯାହା ଶରୀରରେ ସୁଗାର୍‌କୁ ନିୟନ୍ତ୍ରଣ କରିଥାଏ । ଏହା ସହିତ ଏଥିରେ ଥିବା ଭିଟାମିନ ସି\’ ଶରୀରରେ ହେଉଥିବା ଇନଫେକ୍‌ସନ୍‌ରୁ ରକ୍ଷା କରିଥାଏ ଏବଂ ଆଇରନ୍ ଅବଶୋଷଣ କ୍ଷମତାକୁ ବଢାଇଥାଏ । ଏହା ବ୍ୟତୀତ ତ୍ୱଚାକୁ ସୁନ୍ଦର ରଖିବା ପାଇଁ କେଶରକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଇଥାଏ । ତେବେ କେଶର ଅନେକ ରୋଗକୁ ଭଲ କରିଥାଏ ।

saffron

କେଶରରେ କ୍ରୋକିନ୍ ନାମକ ୱାଟର୍ ସେଲ୍ୟୁବଲ୍ କେରାଟିନ ରହିଛି । ଏହି କାରଣରୁ କେଶର ସୁନାରଙ୍ଗର ହୋଇଥାଏ । ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ଯେ, କ୍ରୋକିନ୍ କ୍ୟାନସର୍ କୋଷର ବୃଦ୍ଧିକୁ କମ୍ କରିଥାଏ । ଏହା ସହିତ ସୁସ୍ଥ କୋଷକୁ ପ୍ରଭାବିତ ହେବାକୁ ଦେଇନଥାଏ ।
ଥଣ୍ଡା ସମସ୍ୟା ଦୂର କରିବା ପାଇଁ କେଶରରୁ ଅନେକ ଲାଭ ମିଳିଥାଏ । ଏଥିପାଇଁ କ୍ଷୀରରେ କେଶରର ମିଶାଇ ପିଅନ୍ତୁ କିମ୍ବା ମଥାରେ କେଶରର ପେଷ୍ଟ ଲଗାନ୍ତୁ ।

ହଜମ ପ୍ରକ୍ରିୟା ଠିକ୍ ରଖିବା ପାଇଁ କେଶରକୁ ବ୍ୟବହାର କରାଯାଇଥାଏ । କେଶରରେ ଆଂଟ ଅକ୍ସିଡାଂଟ୍ ଏବଂ ଆଂଟିଇମ୍ପ୍ଲିମେଂଟାରୀ ଗୁଣ ରହିଥିବା ଯୋଗୁ ଏହା ପାଚନଜନିତ ସମସ୍ୟାକୁ ଦୂର କରିଥାଏ ।

1

କେଶ ଉପୁଡ଼ିବା ସମସ୍ୟାକୁ ଦୂର କରିବା ପାଇଁ ଆପଣ କ୍ଷୀର କେଶର ମିଶାଇ ମୁଣ୍ଡରେ ଲଗାଇ ପାରିବେ ।

କେଶର ଆପଣଙ୍କ ମୁହଁରେ ପଡ଼ିଥିବା ଟ୍ୟାନକୁ ଦୂର କରିଥାଏ । ଏଥିପାଇଁ କ୍ଷୀର କେଶର ମିଶାଇ ଏହି ପେଷ୍ଟକୁ ମୁହଁରେ ଲଗାଇ ରାତିରେ ଶୁଅନ୍ତୁ । ଏହାପରେ ସକାଳେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । କେଶରରେ ଆଂଟିଆକ୍ସିଡାଂଟ ଗୁଣ ରହିଥିବା କାରଣରୁ ଏହା ଧମନୀ ଏବଂ ରକ୍ତକୋଷକୁ ଠିକ୍ ରଖି ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.