ଲକଡାଉନର ଫାଇଦା: ଚଳାଚଳ ବନ୍ଦ ହେବା ଯୋଗୁ ପରିଷ୍କାର ହେଉଛି ବାୟୁ, ନିର୍ମଳ ହେଲା ପବିତ୍ର ଗଙ୍ଗାନଦୀ

କରୋନା ଭାଇରସ ଯୋଗୁ ଏବେ ସାରା ଦେଶର ଲୋକ ଘରେ ବସିଛନ୍ତି। ସଂକ୍ରମଣ ଭୟରେ କେହି ପଦାକୁ ଗୋଡ଼ କାଢୁନାହାନ୍ତି। ଲକଡାଉନ ପରେ ଏବେ ରାସ୍ତାଘାଟ, ଅଫିସ ସବୁ ଫାଙ୍କା। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଲକଡାଉନ ଯୋଗୁ ପ୍ରକୃତିରେ ମଧ୍ୟ ବେଶ ସକାରାତ୍ମକ ପରିବର୍ତ୍ତନ ଘଟିଛି। ଏହି ଲକଡାଉନ ଯୋଗୁ ପ୍ରଦୂଷଣର ମାତ୍ରା ଆଶାତୀତ ଭାବେ ହ୍ରାସ ପାଇଛି।

କମିଛି ଶବ୍ଦ ପ୍ରଦୂଷଣ:

ଲକଡାଉନ ଯୋଗୁ ଲୋକମାନେ ଏବେ ବାହାରକୁ ବାହାରୁ ନଥିବାରୁ ବାୟୁ ପ୍ରଦୂଷଣ ସମେତ ଶବ୍ଦ ପ୍ରଦୂଷଣ ମଧ୍ୟ କମିଛି। ଗାଡି ମଟର କେଁ କାଁ ପେଁ ପାଁ ଶବ୍ଦ ବହୁଳ ଭାବେ କମିଛି। ଫଳରେ ପ୍ରଦୂଷଣ ହ୍ରାସ ପାଇଛି।

ନାଇଟ୍ରୋଜେନ୍ ଅକ୍ସାଇଡ଼ ମଧ୍ୟ କମିଛି:

Coronavirus lockdown reduces China's air pollution; NASA images ...

ରିସର୍ଚ୍ଚ ମୁତାବକ ଗତ କିଛି ଦିନ ମଧ୍ୟରେ ୯୦ରୁ ଅଧିକ ସହରରେ ପ୍ରଦୂଷଣର ମାତ୍ରା ସବୁଠାରୁ ନ୍ୟୂନତମ ରହିଛି। କେବଳ ଏତିକି ନୁହେଁ ହାର୍ଟକୁ ଖରାପ କରୁଥିବା ନାଇଟ୍ରୋଜେନ୍ ଅକ୍ସାଇଡ଼ର ପରିମାଣ ମଧ୍ୟ କମିଛି। ଏହି ବିଷାକ୍ତ ଗ୍ୟାସ ଗାଡ଼ିମଟର ଚଳାଚଳ ଯୋଗୁ ବୃଦ୍ଧି ପାଇଥାଏ।

ଗଙ୍ଗା ନଦୀ ମଧ୍ୟ ପରିଷ୍କାର ହୋଇଛି:

ରିପୋର୍ଟ ମୁତାବକ ଲକଡାଉନ ଯୋଗୁ ପବିତ୍ର ଗଙ୍ଗାନଦୀର ଜଳ ମଧ୍ୟ ପୁନଶ୍ଚ ନିର୍ମଳ ହୋଇଯାଇଛି। ଫଳରେ ଜଳ ପ୍ରଦୂଷଣ କମ ହୋଇଛି ବୋଲି ମଧ୍ୟ ଆମେ କହିପାରିବା।

ସାରା ଦେଶ ପରିଷ୍କାର ହୋଇଛି:

PunjabKesari

 

 

କେବଳ ନଦୀ କିମ୍ବା ବାୟୁମଣ୍ଡଳ ନୁହେଁ ଲାକଡାଉନ ଯୋଗୁ ରାସ୍ତାଘାଟ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ହୋଇଯାଇଛି। ପୂର୍ବରୁ ଲୋକମାନେ ରାସ୍ତାରେ ଯିବା ଆସିବା କରିବା ବେଳେ ମନଇଚ୍ଛା ଏଣେ ତେଣେ ଜିନିଷ ଫିଙ୍ଗୁଥିଲେ। ମାତ୍ର ଏବେ ସେଭଳି ଦେଖିବାକୁ ମିଳୁନାହିଁ। ଫଳରେ ରାସ୍ତା ସଫା ରହୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.