Below header

ଭୁବନେଶ୍ୱର: ଆଜିଠୁ ପୁଣି ଥରେ ଲିଙ୍ଗରାଜ ମନ୍ଦିର ଚାରିପଟରୁ ଆରମ୍ଭ ହେବ ଉଚ୍ଛେଦ କାର୍ଯ୍ୟ, ବ୍ୟବସାୟୀଙ୍କ ଆଲୋଚନା ପରେ ବିଏମସି କମିସନରଙ୍କ ସୂଚନା

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ପୁଣି ଥରେ ଲିଙ୍ଗରାଜ ମନ୍ଦିର ଚାରିପଟରୁ ଆରମ୍ଭ ହେବ ଉଚ୍ଛେଦ କାର୍ଯ୍ୟ। ଗତକାଲି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ପରେ ପୁଣି ଥରେ ଉଛେଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ହୋଇଛି, ଛୋଟ ଛୋଟ ବ୍ୟବସାୟୀ ମାନଙ୍କୁ ପ୍ରଥମେ ଥଇଥାନ କରାଯିବ । ସେହିଭଳି ଅନ୍ୟ ବଡ ବ୍ୟବସାୟୀଙ୍କୁ ବର୍ଷକର କ୍ଷତିପୂରଣ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବିଏମ୍‌ସି ଅଫିସରେ ବନ୍ଦ ପ୍ରସଙ୍ଗରେ ପ୍ରଶାସନ ଓ ବ୍ୟବସାୟୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ହେଲେ ଲିଖିତ ପ୍ରତିଶ୍ରୁତି ଦାବି କରିଛି ବ୍ୟବସାୟୀ ସଂଘ । ଜବର ଦଖଲ ଉଛେଦକୁ ବ୍ୟବସାୟୀଙ୍କ ବିରୋଧ ଯୋଗୁଁ ଗୋଟିଏ ଦିନ ପାଇଁ ଭଙ୍ଗା କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.