ଅପହରଣକାରୀ କବଳରୁ ଖସି ଆସିଲେ ପୂର୍ବତନ ସମିତି ସଭ୍ୟ

ଟାଙ୍ଗୀ(କେନ୍ଯୁଜ୍): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ଦୁର୍ଗମ ମାଳ ଅଞ୍ଚଳର ଭାଳିୟାପଡା ଠାରେ ଥିବା bjp ଦଳର ପୂର୍ବତନ ସମିତି ସଭ୍ୟ ଶତ୍ରୁଘ୍ନ ସାହୁ ପ୍ରତିଦିନ ପରି ଗତ ୧୯ ତାରିଖ ଦିନ ରାତ୍ରୀ ଭୋଜନ ସାରି ନିଜ ଦୋକାନରରେ ଶୋଇଥିଲେ । ରାତି ପ୍ରାୟ ୨ ଟା ରେ ଏକ ଡକାୟତି ଗ୍ୟାଙ୍ଗ ଦୋକାନକ ଭାଙ୍ଗି ଦୋକାନରେ ଥିବା ସମସ୍ତ ଜିନିଷ ଲୁଟ୍ କରିବା ସହ ତାଙ୍କ ମୁହଁରେ କପଡା ବାନ୍ଧି ଅପହରଣ କରିନେଇଥିଲେ । ପରଦିନ ସକାଳୁ ସ୍ଥାନୀୟ ଲୋକ ଦୋକାନ କବାଟ ମେଲା ଥିବା ସହ ଶତ୍ରୁଘ୍ନ ସାହୁ ଦୋକାନରେ ନଥିବା ଜାଣିବାକୁ ପାଇଥିଲେ । ଏକଥା ଜାଣିବାପରେ ତାଙ୍କ ଘର ଲୋକ ବାଣପୁର ପୋଲିସ ପାଖରେ ଅଭିଯୋଗ କରିଥିଲେ ।

bjp1ଅଭିଯୋଗ ଅନୁଯାୟୀ ପୋଲିସ ଉକ୍ତ ଘଟଣାର ତନାଘନା ଚଳାଇଥିବା ବେଳେ ଗତକାଲି ଏକ ଅଜଣା ନମ୍ବରରୁ ତାଙ୍କ ପୁଅଙ୍କ ପାଖକୁ ଏକ ଫୋନ କଲ୍ ଆସିଥିଲା । ଯାହାକି ତାଙ୍କ ବାପାଙ୍କର ଥିଲା । ଆଉ ସେ କହିଲେ ପୁଅ ମୁଁ ଡ଼କାୟତମାନଙ୍କ କବଳରୁ ଖସି ଆସିଛି । ଏବେ ମୁଁ ଗଂଜାମ ଜିଲ୍ଲାର ପୋଲସରାରେ ଅଛି । ଏକଥା ତାଙ୍କ ପୁଅ ପୋଲିସକୁ ଜଣାଇବା ପରେ ପୋଲିସ ବିଳମ୍ବ ନକରି ଉକ୍ତ ସ୍ଥାନରେ ପହଞ୍ଚି ଶତ୍ରୁଘ୍ନ ସାହୁଙ୍କୁ ଉଧାର କରିଥିଲା । ଏ ବାବଦରେ ଖବର ପାଇ ପୂର୍ବତନ bjp ବିଧାୟକ ଡ଼,ବିଭୁତିଭୂଷଣ ହରିଚନ୍ଦନ ଓ bjp ରାଜ୍ୟ କାର୍ଯ୍ୟକାରୀ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଯାଇ ଶତ୍ରୁଘ୍ନ ସାହୁଙ୍କ ସହିତ ଦେଖା କରିଥିଲେ । ତେବେ ପୋଲିସ ତାଙ୍କର ମେଡ଼ିକାଲ ଚେକପ୍ କରି ଶତ୍ରୁଘ୍ନ ସାହୁଙ୍କୁ ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଘଟଣାରେ ସମ୍ପୃକ୍ତ ଡକାୟତି ଗ୍ୟାଙ୍ଗର ପର୍ଦ୍ଧାଫାସ୍ କରିବା ପାଇଁ ତଦନ୍ତ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିଛି ବାଣପୁର ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.