Below header

ନୂଆଦିଲ୍ଲୀର ଧୌଲାକୁଆଁ ଠାରେ ପୋଲିସ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ, ଜଣେ ଆଇଏସଆଇଏସ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ:  ନୂଆଦିଲ୍ଲୀ ସ୍ଥିତ ଢ଼ୋଲାକୁଆ ରିଙ୍ଗ ରୋଡ଼ ନିକଟ ଅଂଚଳରେ ପୋଲିସର ଏକ ସ୍ପେଶାଲ ଦଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ବଡ ଧରଣର ଗୁଳିବିନିମୟ ହୋଇଛି । ଦିଲ୍ଲୀ ପୋଲିସ କମିଶିନର ପ୍ରମୋଦ ସିଂହ କୁଶବାହଙ୍କ କହିବା ଅନୁଯାୟୀ ଏହି ଏନ୍କାଉଣ୍ଟର ସମୟରେ ଜଣେ ଆଇଏସଆଇଏସ ଆତଙ୍କବାଦୀ ଧରା ପଡିଛନ୍ତି । ସ୍ପେଶାଲ ପୋଲିସ ଟିମ ପକ୍ଷରୁ ବର୍ତ୍ତମାନ ବି ଅପରେସନ ଜାରି ରହିଥିବା ଜଣାଯାଇଛି । ଆଗକୁ ଅଧିକ ସଂଖ୍ୟକ ଆତଙ୍କବାଦୀ ଧରାପଡ଼ିବାର ମଧ୍ୟ ସମ୍ଭାବନା ରହିଥିବା ନେଇ ପୋଲିସ ତରଫରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ହାତରେ ଧରା ପଡିଥିବା ଆତଙ୍କୀ ଜଣଙ୍କ ନାମ ହେଉଛି ଅବୁ ୟୁସୁଫ । ତାହା ନିକଟରୁ ୨ଟି ଆଇଇଡ଼ି ସମେତ ଅନ୍ୟାନ ହାତହତିଆର ମଧ୍ୟ ଜବତ ହୋଇଛି । କୌଣସି ସୂତ୍ରରୁ ଖବର ପାଇ ଦିଲ୍ଲୀ ପୋଲିସର ଏକ ସ୍ପେଶାଲ ଟିମ ଗୁରୁବାର ବିଳମ୍ବିତ ରାତିରେ ନିଜ ଅପରେସନ ଆରମ୍ଭ କରିଥିଲେ ।

ଏହି ଅପରେସନ ଏବେ ବି ଜାରି ରହିଛି । ଦିଲ୍ଲୀ ପୁଲିସ ଅନୁଯାୟୀ, ଧରା ପଡିଥିବା ଆଇଏସଆଇଏସ ଆତଙ୍କୀ ଅବୁ ୟୁସୁଫ ହେଉଛି ଉତ୍ତରପ୍ରଦେଶ ବଳରାମପୁରର ମୂଳ ବାସିନ୍ଦା । ବିଶେଷ ସୂତ୍ରରୁ ଖବର ପାଇ ସ୍ପେଶାଲ ପୋଲିସ ଟିମ ଚଢ଼ାଉ ପ୍ରକ୍ରିୟା ଆରମ୍ଭ କରିଥିଲେ । ଘଟଣା ସ୍ଥଳରେ ଅବୁ ୟୁସୁଫ ସହ ଆଉ ଜଣେ ଆତଙ୍କୀ ବି ମହଜୂତ ଥିଲା । ଯିଏ କି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଦିଲ୍ଲୀ ପୋଲିସ ଅନୁଯାୟୀ, ଆଇଏସଆଇଏସ ଆତଙ୍କବାଦୀଙ୍କ ଏକ ଦଳ ସହରରେ ଏକ ବଡ ଧରଣର ଆକ୍ରମଣ କରିବାକୁ ଯୋଜନା ଚଳାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.