କଂଗ୍ରେସକୁ ଗମାଙ୍ଗଙ୍କ ରିଟର୍ଣ୍ଣସ୍, ୧୭ରେ ଦିଲ୍ଲୀରେ ମିଶିବେ

କଂଗ୍ରେସକୁ ଗମାଙ୍ଗ ରିଟର୍ଣ୍ଣସ୍ । ୧୭ ତାରିଖରେ ଦିଲ୍ଲୀରେ କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ ।

କଂଗ୍ରେସକୁ ଗମାଙ୍ଗ ରିଟର୍ଣ୍ଣସ୍ । ୧୭ ତାରିଖରେ ଦିଲ୍ଲୀରେ କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ ଓ ପୁଅ ଶିଶିର ଗମାଙ୍ଗ । ଏମାନଙ୍କ ସହ ପୂର୍ବତନ ସାଂସଦ ସଞ୍ଜୟ ଭୋଇ ବି ୧୭ ତାରିଖରେ କଂଗ୍ରେସରେ ମିଶିବେ । କଂଗ୍ରେସ ଛାଡି ଏମାନେ ବିଜେପିରେ ଯୋଗ ଦେଇଥିଲେ ।

ପରେ ବିଜେପି ଛାଡି ବିଆରଏସରେ ସାମିଲ ହୋଇଥିଲେ ଗିରିଧର ଗମାଙ୍ଗ ଓ ଫ୍ୟାମିଲି । ଏବେ କଂଗ୍ରେସକୁ ପୁଣି ଫେରୁଛନ୍ତି । ନିକଟରେ ଦିଲ୍ଲୀରେ ପିସିସି ପ୍ରଭାରୀ ଡକ୍ଟର ଅଜୟ କୁମାରଙ୍କୁ ଭେଟିଥିଲେ ଗିରିଧର ଗମାଙ୍ଗ, ପତ୍ନୀ ହେମା, ପୁଅ ଶିଶିର ଗମାଙ୍ଗ ଓ ପୂର୍ବତନ ସାଂସଦ ସଞ୍ଜୟ ଭୋଇ । ଏହାପରେ ଗିରିଧର ଗମାଙ୍ଗ କଂଗ୍ରେସକୁ ଫେରୁଥିବା ସୂଚନା ଦେଇଥିଲେ । ନିର୍ବାଚନ ପୂର୍ବରୁ କଂଗ୍ରେସ ପୁରୁଣା ନେତାଙ୍କୁ ପୁଣି ଫେରାଇ ଆଣୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.