Below header

ଗୁରୁତର ଅସୁସ୍ଥ ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀ, ଚିକିତ୍ସା ପାଇଁ ଆର୍ଥିକ ସହାୟତା ଲୋଡ଼ିଲେ ପରିବାର ଲୋକେ

ନବରଙ୍ଗପୁର (କେ ନ୍ୟୁଜ୍‌) : ପୂର୍ବତନ ମନ୍ତ୍ରୀ ପାଇଁ ଆର୍ଥିକ ସହାୟତା ମାଗିଲେ ଜ୍ୱାଇଁ । ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ ଅସୁସ୍ଥ ହୋଇ ଗତ କିଛି ଦିନ ହେବ ରାୟପୁରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ହୃଦୟ ଜନିତ ସମସ୍ୟା ଥିବାରୁ ଚିକିତ୍ସା ପାଇଁ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ତାଙ୍କ ଜ୍ୱାଇଁ ତଥା ଛତିଶଗଡ଼ ଜଗଦଲପୁର ଅଞ୍ଚଳର ପୂର୍ବତନ ବିଧାୟକ ସୁବାଉ କଶ୍ୟପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ।
ଡମ୍ବରୁ ମାଝୀଙ୍କ ଆର୍ଥିକ ଅବସ୍ଥା ଭଲ ନାହିଁ । ଚିକିତ୍ସା ପାଇଁ ଆବଶ୍ୟକ ୨୫ ଲକ୍ଷ ଟଙ୍କା ଦେବାକୁ ସେ ସମ୍ପୂର୍ଣ୍ଣ ଅସମର୍ଥ । ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବା ପାଇଁ ସେ ଚିଠି ଲେଖିଥିବା ପୂର୍ବତନ ବିଧାୟକ ସୁବାଉ କଶ୍ୟପ କହିଛନ୍ତି ।

ପ୍ରଥମେ ଜଗଦଲପୁର ମେଡିକାଲରେ ଡମ୍ବରୁଙ୍କ ଚିକିତ୍ସା ଚାଲିଥିଲା କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଜନପ୍ରତିନିଧି ତଥା ନବରଙ୍ଗପୁର ସାଂସଦ ରମେଶ ମାଝୀ, ମନ୍ତ୍ରୀ ପଦ୍ମିନୀ ଦିଆନ ପ୍ରମୁଖ ମଧ୍ୟ ଯଥା ସମ୍ଭବ ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ନେଇ ପ୍ରତିଶ୍ରୁତି ଦେଇଥିବା ଜ୍ୱାଇଁ କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.