Below header

ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ବିଜେପିରୁ ରଘୁନାଥ ମହାନ୍ତିଙ୍କ ଇସ୍ତଫା। ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟି ଇସ୍ତଫାପତ୍ର ଦେଇଛନ୍ତି।

ବିଜେପିରୁ ରଘୁନାଥ ମହାନ୍ତିଙ୍କ ଇସ୍ତଫା। ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟି ଇସ୍ତଫାପତ୍ର ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ପରବର୍ତ୍ତୀ ନିଷ୍ପତ୍ତି ନେଇ ପରେ ଜଣାଇବେ ବୋଲି କହିଛନ୍ତି ରଘୁନାଥ ମହାନ୍ତି ।

ବାଲେଶ୍ଵର ବିଜେପିର ନେତୃତ୍ୱ ବହୁ ଦୃବଳ ହୋଇଛି । ଏହି ସ୍ଥିତିରେ ବିଜେପିରେ କାର୍ଯ୍ୟ କରିବା ସମ୍ଭବ ନୁହେଁ । ମୁଁ ଜାଣେ ଦଳର ଶୃଙ୍ଖଳିତ ଲୋକ। ବିଜେପିରେ ମଧ୍ୟ ସେହି ଶୃଙ୍ଖଳା ବଜାଇ ରଖିଛି । ଏବେ ବିଜେଡି ଫେରିବା ନେଇ ଭାବିନି । ଏପର୍ଯ୍ୟନ୍ତ ବିଜେପି ବସ୍ତା ପାଇଁ ଟିକେଟ ଘୋଷଣା କରିନି । ବିଜେପିର ଚିନ୍ତାଧାରା ମୋ ଚିନ୍ତାରଧାରା ମିଶିଲାନି , ସେଥିପାଇଁ ବିଜେପି ଛାଡିଲି । ଆଗକୁ ନିର୍ବାଚନକୁ ଆସିବି କି ନାହିଁ ତାହା କହିହେବ ନାହିଁ। ଆଗୁଆ ଏହି ନୀତିଗତ ନିଷ୍ପତ୍ତି ନେବା କଥା କହିହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.