ଯାଜପୁର ଗସ୍ତ କଲେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରୀ, ଅବକାରୀ ବିଭାଗରେ ପଦବୀ ପୂରଣ ପାଇଁ ଦେଲେ ପ୍ରତିଶୃତି

ଯାଜପୁର ଟାଉନ(କେନ୍ୟୁଜ୍): ଆଜି ଯାଜପୁର ଜିଲା ଗସ୍ତ କରିଛନ୍ତି ରାଜ୍ୟ ଅର୍ଥ ତଥା ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ନିରଂଜନ ପୂଜାରୀ । ଶ୍ରୀଯୁକ୍ତ ପୂଜାରୀ ଯାଜପୁର ଜିଲା ଗସ୍ତ କରି ଉଭୟ ବିଭାଗର କାର୍ଯ୍ୟକୁ ସମିକ୍ଷା କରିଛନ୍ତି । ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସିଜିଏସଟି ର ଅଗ୍ରଗତି ସଂପର୍କରେ ଆଲୋଚନା କରିବା ସହିତ ଆସନ୍ତା ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିଭଳି ଅବକାରୀ ବିଭାଗ ର ସମୀକ୍ଷା କରି ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଏଥିସହିତ ଯାଜପୁର ଜିଲାରେ ଅବକାରୀ ବିଭାଗରେ ଖାଲିପଡିଥିବା ପଦବୀ ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.